
• ଏଇତ ଆମର ଭାରତ ବର୍ଷ ନିତି ସୈନିକ ମରେ
• ଗାଁ ରେ ସହରେ ସୀମାନ୍ତେ ଜୀବନ ଅଦିନେ ଅବେଳେ ଝଡେ ।।
• ଶୀତ କାକରରେ ରୈ।ଦ୍ର ତାପରେ ପାହାଡ଼େ ଜଙ୍ଗଲେ ,ଭୁଲି
• ଘରଦ୍ଵାର, ଛାଡି ସ୍ଵଜନ ସୋଦର ପ୍ରହରା ଦିଅଇ ବୁଲି ।।
• ଜଗି ରହିଥାଏ ଅରାତି କବଳୁ ,ଦେଶର ସୁରକ୍ଷା ତାର
• ହାତେ ସଂପି ଦେଇ ନିଘୋଡ଼ ନିଦରେ ଶୋଇଯାଏ ଦରବାର ।।
• ଅନେକ ସୁରକ୍ଷା ବଳୟ ଭିତରେ ପ୍ରହରା ରତ ପ୍ରହରୀ
• ପ୍ରହରା ଦିଅଇ ତଥାପି ଅକାଳେ ଜୀବନ ଦିଅଇ ବଳି ।।
• କୁଟଚକ୍ରେ ହୀନ ଚକ୍ରାନ୍ତ ରଚଇ ପଶୁ ସମ ସଇତାନ
• ଆତ୍ମଘାତୀ ଅସ୍ତ୍ର ବିନାଶେ ଅକାଳେ ସହିଦ୍ ହୁଏ ଯବାନ ।।
• ସହି ସହି ସେନା ହେଲାଣି ଅସହ୍ୟ ଜନତା ବି ହୁଏ କାବା
• ଏକି ରାଜନୀତି ବସି ବସି କ'ଣ ଦେଖୁଛ ହେ ରାଜନେତା ।।
• କି ଦେଖୁଛ ଆଉ ଜନ ଦରବାର ତୁମ ପୁଅ ନାତି ଆଜି
• ଅରାତି ହାତରେ ଚିର ନିଦ୍ରାରେ କେମିତି ଶୋଇ ଯାଇଛି ।।
• ସହିଦ୍ ଘରଣୀ ଆଖି ସୁଖୁନାହିଁ ବୁକୁଫଟା କୋହ ନିଆଁ
• କୁନା,କୁନୀ ଥୋଡଥରା ଲୁହ ଆହା କି ବିକଳେ ଝରେ ଚାହାଁ ।।
• କୋଣେ ଅନୁକୋଣେ ରାଇଜଟା ସାରା ସ୍ତବ୍ଧ ହୋଇଯାଇଅଛି
• ଚୁପ୍ ଚାପ୍ କିଆଁ ,ଦେଖ ରେ ଜନତା ହେଇ ସହିଦ୍ ଶବ ଆସୁଛି ।।
• ଶପଥ ନିଅରେ ଭାରତମାତା ର ବୀର ଅମୃତ ସନ୍ତାନ
• ଏକଯୁଟ ହୁଅ ଅରାତି ବିରୁଦ୍ଧେ ରଖ ଜାତୀୟ ସମ୍ମାନ
• ସହିଦ୍ ସଲାମ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.