
• ଭାରତ ମାତାର ପଣତ କାନି ରେ
• ରକତ ର ଛିଟା
• ବାରୁଦ ଗନ୍ଧରେ ସିକ୍ତ ,,
• ମୁହ୍ୟମାନ ହୋଇ ଯାଉଛି ଜୀବନ
• ଏ ମାନବ ଜାତି
• ହୋଇଯାଇଛି ରେ ସ୍ତବ୍ଧ
• ଭାରତ ମାତାର ପଣତ କାନି ରେ… ।।
•
• ବାହୁନି ବାହୁନି ନିରୋଳା ରାତିରେ
• ସୀମାନ୍ତ ରେଖାରେ
• ଏକା ଏକା କିଏ ବୁଲେ ,,
• କାହାକୁ ଖୋଜଇ ନିରବ ଆଖିରୁ
• ଝରି ଆସିଥିବା
• ଲୁହ ସୁଖା ଦାଗ ଗାଲେ ,,
• ବୁକୁ ଫଟା ତାର ଆକୁଳ ଆବେଦ
• ଶୁଭୁନାହିଁ କିରେ
• ଘାରିଛି କି ତୋତେ ନିଦ
• ଭାରତ ମାତାର ପଣତ କାନି ରେ… ।।
•
• ସୁକୁମାର ତନୁ କଅଁଳ ଜୀବନ
• ଦୁଃର୍ଦ୍ଧଷ ବୀର
• ପୁତ୍ର କଫିନ୍ ତଳେ ,,
• ବୀରଗତି ଲଭି ଅକାଳେ, କୁ ଚକ୍ରି
• ପସୁ ସମ ଅରି
• କୁଟଚକ୍ର ଫାସ ବଳେ ,,
• ହୁସିଆର ହୁଅ ଭାରତୀୟ ବୀର
• ଚେତାଇ ଦେଇଛି
• ଉଠ ଆରେ ବୀର ଉଠ
• ଭାରତ ମାତାର ପଣତ କାନି ରେ… ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.