
ହେ'ମାଆ ଭାରତୀ ଢାଳୁଛି ପ୍ରଣତୀ
ଶ୍ରଦ୍ଧାର ସୁମନ ଅଶ୍ରୁ
ନୀରବ ନିଶ୍ଚଳ ତୋ'ର ମହାବକ୍ଷ
ଶୋଇଛି ଅଜାତଶତୃ ! !
ଆତଙ୍କ ବିପଦ ଚିର ସହଚର
ପଡୋଶୀ ବଡ଼ ବଇରୀ
ପୁଲଓ୍ଵାମା ଦୁଃଖ ଭରିଦେଲା କୋହ
ଲୁହଲହୁ ଏକାକରି ! !
ଆତ୍ମଘାତୀ ମତି ପାକିସ୍ଥାନୀ ଛବି
ଜାଣିଛି ଏ'ସାରାଵିଶ୍ଵ
କପଟି କୁବୁଦ୍ଧି ଆସେ ଲୁଚିଛପି
କରିବାକୁ ସଵୁ ଧ୍ଵଂସ ! !
ଆତଙ୍କ ବିପଦ କ୍ରୁରତା ଭୀଷଣ
ସୁପୁତ୍ର ହରାଏ ମାତ
ଦେଶର ଯବାନ ମାଆ ଗଣ୍ଠିଧନ
ହୃଦହୁଏ ବିଦାରିତ ! !
ସୈନୀକ ସଂହାର ସୀମା ଉଲଂଘନ
ତୁଟିଗଲା ସଵୁ ଧର୍ଯ୍ୟ
ରହ ପାକିସ୍ଥାନ ଭୋଗିବୁ କଷଣ
ବଳି ଦାନ ନୁହେଁ ବ୍ୟର୍ଥ ! !
ମାୟା ରଚନାର ମୂଳ ସୁତ୍ରଧର
ଅହମଦ ସଂଗଠନ
ପାକିସ୍ଥାନ ଦେଶ ଦିଏ ପ୍ରୋତ୍ସାହନ
ନର ସଂହାରରେ ମନ ! !
କେତେ ପରିବାର ହେଲେ ହୀନିମାନ
ତୁ'କାହୁଁ ବୁଝିବୁ ଯମ
ତୋ ଆତଙ୍କି ହମଲା ବିସ୍ଫୋଷ୍ଟକ ବୋମା
ସହିବନି କେବେ ଧର୍ମ ! !
ଖଣ୍ଡ ବିଖଣ୍ଡିତ ନିଶ୍ଚିହ୍ନ ଶରୀର
ଚିହ୍ନି ହେଉ ନାହିଁ ଶଵ
ଯଦିତୁ' ସକ୍ଷମ ସମ୍ମୁଖରୁ ଲଢ
ଦେଖିବୁ ତୁ' ବଳଦମ୍ଭ ! !
କାପୁରୁଷ ପରି ଲୁଚି ଛପି ଆସି
କରୁଛୁତୁ ବିସ୍ଫୋରଣ
ଏକି ବାହାଦୁରୀ ହେ' ଆତଙ୍କିସ୍ଵଭାବି
ଯୁଦ୍ଧ କ୍ଷେତ୍ରେ କର ରଣ ! !
ମାଆର ପଣତ ଭିଜିଛି ରକତେ
ପତ୍ନୀର ଭିଜିଛି ଲୁହେ
ସନ୍ତାନ ସନ୍ତତି କାନ୍ଦୁଛନ୍ତି ଝୁରି
ଫେରିଆସ ପାପା' ଆହେ ! !
ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି
ହେ'ବୀର ଯବାନ ସୁତ
ପୁଣି ଆଉଥରେ ଜନ୍ମିବ ଭାରତେ
ଝୁରୁଛି ଭାରତ ମାତ ! !
ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ, କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.