
ସ୍ବପ୍ନର ସୁନ୍ଦରୀ ମନ କରି ଚୋରି
ତୁମେ ଦେଇଯାଅ ତୁମ ମନ
ଦିଅ ତୁମ ପ୍ରେମ ଶୀତଳ ପରଶ
ମୁ କରେ ପ୍ରେମ ନିବେଦନ ||
ଦୁଇ ତିନି ଫର୍ଦ ଭାବେ ତୁମ ପାଇଁ
କହିବାକୁ ତୁମ ଆଗେ
ଦୁଇ ତିନି ଧାଡ଼ି କହି ଖନି ବାଜେ
ତୁମ ଆଖି ମୋ ଆଖିକୁ ଦେଖେ ||
ଅଳସୀ ଗୋ ତୁମେ କଳସୀ କାଖେଇ
ପ୍ରେମ ପାଣି ଟିକେ ଢାଳ
ଜାଳ ହେଲେ ପଛେ ତୁମ ସେ ପ୍ରେମରେ
ଢାଳ ଟିକେ ପ୍ରେମ ଜଳ ||
ପ୍ରେମର ତୃଷ୍ଣା ରେ ମନ ମୋ ବସିଛି
ତୁମେ ପ୍ରେମ ଜଳ ଟିକେ ଦିଅ
ପ୍ରେମ ଜଳ ପାନେ ଦେହ ମନ ପ୍ରାଣେ
ତୁମ ପ୍ରେମ ଅଣୁ ଭରି ଦିଅ ||
ପ୍ରେମର ପତ୍ରଟେ ଲେଖିଛି ତୋ ପାଇଁ
ଆଜି ପ୍ରେମର ଦିବସ ବୋଲି
କଥା ମୁ ଦଉଚି ତୁମକୁ ହେ ସାଥି
କେବେ ଯିବିନି ତୁମକୁ ଭୁଲି ||
ପ୍ରେମ ନିବେଦନ କରେ ମୁ ତୁମକୁ
ଏ ପ୍ରେମର ସପ୍ତାହ ପାଇଁ
ଦିଅ ତୁମେ ପ୍ରିୟା ପ୍ରତି ଉତ୍ତରରେ
ମୋ ଠିକଣା ରେ ଚିଠି ଦେଇ ||
ତୁମେ ହଁ କୁହ କି ନା ବି କୁହ
କେବେ କହିବିନି ତତେ ଖରାପ
ଉତ୍ତରରେ ପ୍ରିୟା ଦିଅ ତୁମେ ଲେଖି
କେବେ ଭାଙ୍ଗିବନି ଆମ ସମ୍ପର୍କ ||
କରୁଛି ତୋତେ ମୁଁ ମୋ ପ୍ରେମ ସମର୍ପଣ
ଆଜି ଏବେ ଏହି କ୍ଷଣି
ଦିଅ ତୁମ ପ୍ରେମ ଓଠର ହରଷ
କର ତୁମ ପ୍ରେମ ଋଣୀ
ମୋତେ କର ତୁମ ପ୍ରେମ ଋଣୀ ||
ରମାକାନ୍ତ ବେହେରା
କାନପୁର, ନରସିଂହପୁର, କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.