Ad

header ads

ପ୍ରଥମ ଛୁଆଁ - ଆଲୋକ କୁମାର ପଣ୍ଡିତ


ପ୍ରେମ କଣ ଏମିତି.......
ଅଦିନିଆ ବର୍ଷା ହୋଇ ମୋତେ ଭିଜେଇ ଦେଉଛି
ଚୋରା ପୀରତି ମଧୁର ସ୍ମୃତି ହୋଇ
ମୋର ସ୍ମୃତି କୋଷକୁ ଦହଲାଇ ଦେଉଛି
ହଁ ପ୍ରିୟ ତମେ ଜାଣିଛ......
ତୁମର ସେଇ ପ୍ରଥମସ୍ପର୍ଶ, ପ୍ରଥମ ଛୁଆଁ
ଆଜିର ଅନୁଭୂତି ଯୁଗ ଯୁଗ ପାଇଁ
ତୁମ ପ୍ରଥମ ଛୁଆଁରେ କେବଳ ମୁଁ ନୁହେଁ
ମୋ ପ୍ରାଣ, ମୋ ମନ, ମୋ ଲୋମ, ମୋ ଚର୍ମ
କଣ କହୁଥଲା ଜାଣିଛ ପ୍ରିୟ...
ତମେ ଆଉଥରେ ମୋତେ ସ୍ପର୍ଶ କରନ୍ତନି,
ପ୍ରେମରେ ଆମେ ଏକାକାର ହେଇଯାନ୍ତେ ।
ଏ ପ୍ରିୟ....
ପ୍ରେମର ସେଇ ବିଚିତ୍ର ବର୍ଣ୍ଣ। କାନନ ଭୂମିରେ
ତମେ ଆଉ ମୁଁ, ମୁଁ ଆଉ ତମେ ବାଶ ।
ତୁମ ଓଠର ସ୍ପର୍ଶ ପାଇ ମନ କୁସୁମ ଫୁଟିଉଠୁଛି
ଲାଲ ଲାଲ ଗୋଲାପ ପାଖୁଡାର ଓଠ
ମୋ ଲାଲ ଗୋଲାପ ଓଠକୁ ଚୁମ୍ବି ନେଉଛି ଓଃ...
ପ୍ରେମର ମଧୁର ମାଦକତା ବେଶ ବିଚିତ୍ର
ନ ଥିଲା କୁଞ୍ଜବନ, ନ ଥିଲା କଦମ୍ବ, ନ ଥିଲା ଯମୁନା
ହେ ରାଧା ହେଲେ ତୁମେ ତୁମ କୃଷ୍ଣ ପାଖରେ ଥିଲ
ପ୍ରେମ ଆମର ଚିରନ୍ତନ , ପ୍ରେମ ଆମର ଜୀବନ୍ତ
ପ୍ରେମ ଆମର ଶାଶ୍ୱତ, ଶାଣିତ, ବିଶ୍ୱାସ
ଅନୁଭୂତି ଆଜିର, ଆଜିର ଅନୁଭୂତି ଏକ ନିଆରା
ବସନ୍ତର ପ୍ରେମମୟ ଅନୁଭୂତି ଓଃ......
ଭିଜାଇ ଦିୟ ପ୍ରିୟା ପ୍ରେମର ଟୋପା ଟୋପା ବର୍ଷା ରେ
ଓଦା ଜୁଡୁ ବୁଡୁ ହେବାକୁ ଚାହେଁ ତୁମ ପ୍ରେମ ବର୍ଷାର ବର୍ଷାରେ
ଏ ପ୍ରିୟା ପ୍ରେମ କଣ ଏମିତି  ॥   

ଆଲୋକ କୁମାର ପଣ୍ଡିତ
ଘୋଷର, କିଶୋର ନଗର, ଅନୁଗୋଳ

Post a Comment

0 Comments