
ପତି ପତ୍ନୀ ଦୁହେଁ ଅଭିଶପ୍ତ ପ୍ରାୟେ
ବିତାଉ ଥିଲେ ଜୀବନ,
ପୈତୃକ ସମ୍ପତ୍ତି ନୋହିଲା ସଂଗତି
ହୋଇଲା କ ବିଭାଜନ।।୧
ମୂକ ବୋଲି କରି ଠାର ରେ ଜଣାନ୍ତି
ଦୁର୍ବିସହ୍ୟ ସେ ଜୀବନ,,
ଭ୍ରାତୃ ସଭିଙ୍କର ଯନ୍ତ୍ରଣା ରେ ଅଧୀର
ତେଜିଲେ ଆତ୍ମୀୟ ଜନ।।୨
ଭଡ଼ା ଘର ଟିଏ ଖୋଜି ଖୋଜି ଦୁହେଁ
ବୁଲିଲେ ଜନତା ମେଳି
କିଏ କଲା ଦାନ କଟୁ ଅପମାନ
କିଏ ଦେଲା ତାଙ୍କୁ ଗାଳି।।୩
ଶେଷକୁ ଏକଇ ଭଡ଼ା ଘର ମିଳେ
ମଧ୍ୟବିତ୍ତ ପରିବାର
ପହିଲି ସଂପର୍କେ ଏମାନେ ହିଁ ମିତ୍ର
ପରେ ହୋଇଥାନ୍ତି କାଳ।।୪
କଥା ପଚାରିଲେ କେହୁ ଅବା କେବେ
କିଛି ନ କୁହନ୍ତି ତୁଣ୍ଡେ,,
ପ୍ରତି କଥା ଭାଷା ବୁଝିଣ ଶେଷରେ
ହଲାଇ ଦିଅନ୍ତି ମୁଣ୍ଡେ।।୫
ହସ ବେଳେ ଦୁହେଁ ହସି ପାରନ୍ତି ନି
କାନ୍ଦ ବେଳେ ନ କାନ୍ଦନ୍ତି
ପ୍ରତି ମୁହୂର୍ତ୍ତରେ ସ୍ମିତ ହାସ୍ୟ ମୁଖେ
ନିଜ କର୍ମ କରୁଥାନ୍ତି।।୬
ଥରେ ପଡୋଶୀଏ ହୋଇଲେକି ମେଳି
ହାଜର ମାଲିକ ଘରେ,,
କିଛି ବା ବିବାଦ ଆଣିଲା ବିଷାଦ
ଅଶାନ୍ତି ର ବାର୍ତା ଝରେ।।୭
ଦୁହିଁଙ୍କ ନୀରବ ଅନ୍ୟ ଙ୍କୁ ତ ଗର୍ବ
(ସତେ)ନ ଚାହାନ୍ତି ତାଙ୍କ ସଂଗ,
ଏମିତି ରେ ପୁଅ ନାହିଁ ଅବା ଝିଅ
ଦେଖାଇବା ପାଇଁ ମାର୍ଗ।।୮
ଗଡ଼ି ଗଲା ବେଳ ଭାଙ୍ଗିଲା ତ ମେଳ
ପୋତି ଥିଲେ ସେହୁ ମଥା
ସବୁ ସହି ସାରି ତୁଣ୍ଡେ ହସ ଥାଏ
ଶୁଣି ଅନେକ କଥା।।୯
ରାତ୍ର ପାହି ଗଲା ସକାଳ ଆସିଲା
ଶୁଭିଲା କୁକ୍କୁଟ ଶବ୍ଦ,
ସୁରୁଜ ଉଈଁ କୀ ମୁରୁଜ ବୁଣି ଲା
ଭାଙ୍ଗିବାକୁ ହେବ ନିଦ।୧୦
ସେ ଦୁହିଁଙ୍କୁ କେହୁ ନେତ୍ର ରେ ନ ଦେଖି
ଟୁପ୍ ଟାପ୍ ହ୍ୱନ୍ତି କଥା,,
କଣ ଅବା ସେହୁ ଜାଣିବା ପାଇଁ କୀ
ସଭିଏଁ ତ ବକ୍ତା ଶ୍ରୋତା।।୧୧
କବାଟ ରେ ତାଲା ହୋଇଅଛି ଝୁଲା
ପାର୍ଶ୍ୱ ମେଜେ ଏକ ଚିଠି,,
ଚିଠି ପଢ଼ି ସାରି ଆସିଲେ ତ ଫେରି
ସର୍ବେ କୋହ ଭରା ଛାତି।।୧୨
ସେ ଚିଠି ରେ ଲେଖା ଆମେ ଅଣଦେଖା
ହୋଇଅଛୁ ମୂକ ବୋଲି,,
କାହାରି କୁ କିଛି ନ କହିବା ଦେଖି
ସର୍ବେ ଦେଇଥାନ୍ତି ଗାଳି।।୧୩
ଆତ୍ମୀୟ ସୋଦର ନୋହିଲେ ନିଜର
ଛାଡିଥିଲୁ ବସା ଘର,,
ଆନ ପରି ଜନେ କରି ଣ ନିଜର
ଆପଣାଇ ଭଡ଼ା ଘର।।୧୫
କପାଳ ଉପରେ ବିହି ର ଏ ଲେଖା
କେ କରି ପାରିବ ଆନ,
ସ୍ୱାର୍ଥି ମଣିଷ ର ସ୍ୱାର୍ଥ ଆପଣାର
ନାହିଁ ସମାଜ ଚଳନ।।୧୬
ସବୁ ଦୁର୍ଦ୍ଦଶାକୁ ଅନ୍ତେ ଚଳୁ କରି
ଛାଡ଼ି ଏଇ ଭଡ଼ା ଘର,,
ପୃଥ୍ୱୀମାତା କୋଳେ କରିବ ଆଦର
ରହୁ ଅବା କୋଉ ଠାର।।।୧୭
ମୂକ ପ୍ରାଣ ନେଇ ସମାଜ ମେଳି ରେ
କେବେ ଆଉ ନ ରହିବୁ,,
ଆହେ ଜଗନ୍ନାଥ ଜଗତ ର ନାଥ
ମୂକେ ସଦା ଦୟା ଥିବୁ।।୧୮
ମଣିଷ ଙ୍କୁ ତୁହି ସବୁ ଜ୍ଞାନ ଦେଇ
ଯେତେ ଯା' କରୁଚୁ କର,
ହେଲେ ସେ ଜୀବନେ ଲୋଡ଼ା ଦିବ୍ୟ ଜ୍ଞାନ
ସ୍ଵାର୍ଥୁ ତାଙ୍କୁ ମୁକ୍ତ କର।।୧୯
ସ୍ୱାର୍ଥ ଭାଵ ତେଜି ପ୍ରେମ ଭାବନାରେ
ମାନବେ ହୋଇ ବନ୍ଧିତ
ଅଳପ ଦିନର ଦୁର୍ଲଭ ସଂସାର
ପ୍ରେମେ ଚଳୁ ଏ ଜଗତ।।୨୦
ଅରୁପାନନ୍ଦ ନାୟକ, ଶିକ୍ଷକ
ଦେଉଳକଣା ପ୍ର.ଉ.ପ୍ରା. ବିଦ୍ୟାଳୟ
ଝରିଗାଁ, ନବରଙ୍ଗପୁର
0 Comments
You can write now your valuable comments here. Off-topic comments may be removed or deleted without prior notice.