
ଅକ୍ଷର ସୁନ୍ଦର ଭାଷା ସୁମଧୁର
ଓଡ଼ିଆ ଆମରି ଭାଷା
ଧନ୍ୟ ଜଗନ୍ନାଥ, ଧନ୍ୟ
ଶ୍ରୀକ୍ଷେତ୍ର
ଧନ୍ୟ ଅଟେ ମୋ ଓଡ଼ିଶା।
ଇତିହାସ କହେ ସୁବିସ୍ତୃତ ଥିଲା
ଗଙ୍ଗାଠାରୁ ଗୋଦାବରୀ
ଏବେବି କଳା ଓ ସଂସ୍କୃତି ଭିତ୍ତିରେ
ନାହିଁ କେହି ଏହା ସରି।
ଏ ଓଡ଼ିଶା ବକ୍ଷେ ଜନ୍ମ ନେଇଛନ୍ତି
କେତେ କେତେ ଶୂର ବୀର
ନେତାଜୀ ସୁବାଷ, ଗୋପବନ୍ଧୁ
ଦାସ
ବୀର୍ସା,ମଧୁ
ବାରିଷ୍ଟର।
ଧରମା ଏଠାରେ ବାର ବରଷରେ
ଜାତି ପାଇଁ ପ୍ରାଣ ଦେଲା
ବାଜି ରାଉତର ଜୀବନ ପ୍ରଦୀପ
ଦେଶପାଇଁ ଲିଭିଗଲା।
ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ
ସଂସାରକୁ ପରା ସାହା ତାଙ୍କ ନେତ
ପୃଥିବୀ ପ୍ରସିଦ୍ଧ ତାଙ୍କ ରଥଯାତ
ସବୁଠୁ ସୁଆଦ ସେ ଅବଢ଼ା ଭାତ।
ଓଡ଼ିଶାର ସିଏ ବଡ଼ ସରକାର
ପାଇବାର ଇଚ୍ଛା ନ ଥାଏ ଯାହାର
ଯେ ଅଟେ ତାଙ୍କର, ସେ ମଧ୍ୟ
ତାହାର
ଏ ଅଟେ ବନ୍ଧନ ଭକ୍ତ ଠାକୁରର।
ବୈଶାଖ ମାସରେ ପଶେ ନବବର୍ଷ
ଜ୍ୟେଷ୍ଠରେ ପାଚଇ ଆମ୍ବ ଓ ପଣସ
ଆଶାଢରେ ଶୁଭେ ରଜଦୋଳି ଗୀତ
ଶ୍ରାବଣ ନିଅଇ କିଣି ଚିତ୍ତ।
ଭାଦ୍ରବ ମାସରେ ଗହ୍ମା ପୂର୍ଣ୍ଣିମାରେ
ରକ୍ଷା ବନ୍ଧନ ହୁଏ
ଭ୍ରାତା ହସ୍ତେ ଭଗ୍ନି ରକ୍ଷାସୂତ୍ର ବାନ୍ଧି
ସାହା ହେବା ପାଇଁ କହେ।
ଆଶ୍ୱିନ ମାସରେ ଭାଗବତ ଜନ୍ମ
କାର୍ତ୍ତିକେ କାର୍ତ୍ତିକ ପୂର୍ଣ୍ଣିମା
ଝିଅ ମାନଙ୍କର ଓଷା ଗୀତ ସତେ
ଲାଗେ କେଡେ ମନଲୋଭା।
ମାର୍ଗଶୀର
ମାସେ ଘରେ ମାଣବସେ
ଘରେ ଘରେ ପୂଜା ହୁଏ
ପଉଷ ମାସରେ ଶିତ ବଢିବଢି
ମାଘରେ ଅସହ୍ୟ ହୁଏ।
ଫଗୁଣରେ ଏଠି ଫଗୁ ଉଡ଼େ ପୁଣି
ରଙ୍ଗମୟ ସବୁ ହୁଏ
ଚୈତ୍ର ମାସରେ ଅନୁଭୂତି ସାଥେ
ବର୍ଷର ଅନ୍ତ ହୁଏ।
ଏଇ ଓଡ଼ିଶାରେ ବାର ମାସରେ
ତେର ପରବ ହୁଏ
ଏଇ ଓଡ଼ିଶାର ପଖାଳ କଂସାଟି
ମନ କିଣି ନେଇଯାଏ।
ଆକାର ଦୃଷ୍ଟିରୁ କ୍ଷୁଦ୍ର ହେଲେବି
ପରମ୍ପରା ସୁବୃହତ
ସାରା ଭାରତରେ ସାରା ପୃଥିବୀରେ
ଆମରି ଓଡିଶା ଖ୍ୟାତ।
ରଶ୍ମିତା ବେହେରା (ଚିନୁ)
ଗ୍ରାମ/ପୋ-ନିହଲପ୍ରସାଦ, ଜିଲ୍ଲା-ଢେଙ୍କାନାଳ
0 Comments
You can write now your valuable comments here. Off-topic comments may be removed or deleted without prior notice.