
ଶୀତ ଆଗମନେ କାକରର ବୁନ୍ଦା
ଆସି ଲୁଚି ବସେ ବୃକ୍ଷ ଡାଳେ
ଚତୁର୍ଦ୍ଦିଗ ଝଲ ମଲ ଦିଶିଯାଏ
ଶହ ଶହ ମୋତିଙ୍କର ମେଳେ.. ।
କାକର ବିନ୍ଦୁର ସୁନ୍ଦରତା ଦେଖି
ଜଳିଯାଏ କେତେ କେତେ ମନ
ସୂର୍ଯ୍ୟର କିରଣ ସ୍ପର୍ଶ ପାଇଗଲେ
ହରାଇ ଦିଏ ସେ ନିଜ ଅସ୍ତିତ୍ୱ.. ।
ଥରେ ମିଶିଗଲେ ମାଟିର ବିନ୍ଦୁଟି
ନିଶ୍ଚିହ୍ନ ହୁଅଇ କ୍ଷଣିକରେ
ପୁଣି ଆଗମନ ହୁଅଇ ତାହାର
ଆଗାମୀ ଦିନର ଶୁଭ ସକାଳରେ.. ।
ଦେବସ୍ମିତା ବେହେରା
୨୧୭, ୟୁନିଟ-୯(ଫ୍ଲାଟ)
ବାୟାବାବା ମଠ ଲେନ, ଭୁବନେଶ୍ୱର
0 Comments
You can write now your valuable comments here. Off-topic comments may be removed or deleted without prior notice.