ଶହୀଦଙ୍କୁ ମୋର ଶତତ ନମନ
ଜୟ ମା' ଭାରତୀ ଜୟ ତୁ' ଯବାନ ।।
(ଶହୀଦଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସହିତ ଏକ ନୂତନ ସକାଳର ଆହ୍ବାନ ଦେଶବାସୀଙ୍କ ଉଦ୍ଦେଶ୍ୟରେ...)
ଉଠରେ ପୁତା ତୁ ଝଅଟ ଉଠ
ବୀରଦର୍ପେ ଚଳ ନକରି ମଠ ।।
ତୁ'ଉଠି ବେଗେ ଅନ୍ୟକୁ ଉଠା
ଦେଖୁ ଏ ଜଗତ ଆମରି ଶ୍ବାର୍ଦ୍ଧା ।।
ଜନନୀ ଆହ୍ବାନେ ଜାଗ ବୀରଗଣ
ବଜ୍ରାଘାତ ସମ ଚଲାଅ କମାଣ ।।
ତୀକ୍ଷ୍ନ ତୀର ସମ ଗର୍ଜିଉଠୁ ତୋପ
ସ୍ନାହାନ କରତୁ ଶତ୍ରୁ ଶୋଣିତ ।।
ବୀରଦର୍ପେ ମାଡି କର ତୁ' ଯୁଦ୍ଧ
ଶତ୍ରୁ ଆନନ କର ତୁହି ଛେଦ ।।
ଜନନୀ ଜପୁଛି ବିଜୟ ମନ୍ତ୍ର
ଉଠାଅ ଖଡ୍ଗ ଚଲାଅ ଅସ୍ତ୍ର ।।
ଆସ ଆସ ସର୍ବେ ହୁଅ ଏକତ୍ରିତ
ବେଳହୁଁ ଦେଖାଅ ନିଜ କତୃତ୍ବ ।।
ହାତେ ଧର ତୁହି ବନ୍ଧୁକ କମାଣ
ଦେଶ ଲାଗି କର ଶକ୍ତି ଅନ୍ବେଷଣ ।।
ଜନନୀ ଆଦେଶେ ବଧ ଏ ଶଠ
ଉଠରେ ପୁତା ତୁ ଝଅଟ ଉଠ ।।
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ
0 Comments
You can write now your valuable comments here. Off-topic comments may be removed or deleted without prior notice.