
ଅଂହିସାର ଚିହ୍ନ ଅଚିହ୍ନା ଲାଗୁଛି
ବଢୁଛି ହିଂସାର ରୋଳ
ମଣିଷପଣିଆ ଲିଭିଯାଏ ଆଜି
ସର୍ବେ ହିଂସାର ରାସ୍ତାରେ ଭୋଳ । ।
ଦୁଃଖିଜନ ସେବା ଦୂରେ ରହିଗଲା
ଜରାବାସେ ପିତା ମାତା
ଗୁରୁଜନେ ଭକ୍ତି ଦିଶୁନାହିଁ ଆଜି
ଅଜଥା ବଢୁଛି ବ୍ୟଥା । ।
ତୁମ ସତ୍ୟପଥ ରାମରାଜ୍ୟ ପାଇଁ
ପାଲଟିଛି ମିଥ୍ୟାପଥ
ହେ ବାପୁ ତୁମେ ପୁନର୍ଜନ୍ମ ନିଅ
ଭରିଯାଉ ସେବା ସତ୍ୟ । ।
ତୁମବିନା ଆଜି କେତେ କୁଷ୍ଠରୋଗୀ
ମରୁଛନ୍ତି ହାହାକାରେ
ଜନ୍ମନିଅ ବାପୁ ଆଉଥରେ ତୁମେ
ସ୍ୱପ୍ନର ଧରାପରେ । ।
ଆଚାର୍ଯ୍ୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,
ନୂଆଗଡ, ଜଗତସିଂହପୁର, ପିନ - ୭୫୪୧୪୧
0 Comments
You can write now your valuable comments here. Off-topic comments may be removed or deleted without prior notice.