
• ବାହାରେ ବରଷା ରାତି
• ଚମକି ଉଠଇ ଛାତି
• ସୈାଦାମିନୀ ନାଚେ ଦେଖ ସାଥି
• ବରଷାର ରିମି ଝିମି
• ପାଉଁଜି ଶବଦ ଶୁଣି
• ସତେ ଚହଲି ଯାଉଛି ଧ୍ୟାନ ଧୃତି ।।
•
• ରଡିଛାଡେ ଘଡଘଡି
• ରାତି ତ ଯାଉଛି ଗଡ଼ି
• ବର୍ଷା ଗାଉଛି ବିଚ୍ଛେଦ ଗୀତି
• ଆଖି ପାଣି ଆଖି ମାରେ
• ହୃଦୟରେ ନିଆଁ ଜଳେ
• ଏଇ ମନ ତଳେ କାମନାର ତାତି ।।
•
• ଏକାଳେ ଏକା କୁଟୀରେ
• କେତେ ଆଶା ଏ ମନରେ
• କିଏ ଗାଏ ପ୍ରଣୟ ର ଗୀତି
• ଆଶା ବିଶ୍ଵାସ ର ବୀଣା
• ହୃଦୟ ତନ୍ତ୍ରୀ ରେ ଅନା
• କିଏ ଭରିଦେଇଅଛି ଏତେ ତାତି ।।
•
• ବାଉଳା ହେଲାଣି ମନ
• ଆସ ଆସ ଜୀବଧନ
• ରସେ ରସୁ ଗୋ ବରଷା ରାତି
• ମୋ ଜୀବନର ସାଥି
• ଯୁଗ ଯୁଗାନ୍ତର ପ୍ରୀତି
• ସତ୍ୟ ଶାଶ୍ଵତ ତୁମେ ମୋ ପ୍ରୀୟବତୀ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.