
ବିମଳେଇ ବିମଳେଇ ହେଉଥାଇ ମୁହିଁ,
ବିମଳାଙ୍କ ଠାରୁ ମୋର ଆନ ଗତି ନାହିଁ (ଘୋଷା)
ଜରିଧଡ଼ି ପାଟଶାଢ଼ି ଶ୍ରୀଅଙ୍ଗେ ଶୋଭିତା,
ଗଳେ ମୁକ୍ତାହାର କପାଳରେ ସୁନାଚିତା,
ସିଂହର ପିଠିରେ ମାଗୋ ବିଜେ କରିଥାଉ,
ଆପଦେ ବିପଦେ ଭକତଙ୍କ ସାହା ହେଉ.
ବିମଳେଇ ବିମଳେଇ.................. ॥୦॥
ଶ୍ରୀମନ୍ଦିରେ ରାଜରାଜେଶ୍ଵରୀ ନାମ ତୋର,
ବାସନ୍ତୀକ ପୂଜା ତୋର ଅତି ମନୋହର,
ବସନ୍ତ ବେଳାରେ ମାଗୋ ସିଂହ ବାହନରେ
ଭ୍ରମଣ ତୁ କରୁ ମାଗୋ ନିଶା ଅର୍ଦ୍ଧ କାଳେ.
ବିମଳେଇ ବିମଳେଇ................. ॥୧॥
ଜଗନ୍ନାଥ ବାପା ମୋର ବିମଳେଇ ମାଆ
ମାଆ ଗୋ................
ଜଗନ୍ନାଥ ବାପା ମୋର ବିମଳେଇ ମାଆ,
ବିପଦ କାଳରେ ମାଗୋ ହୋଇଥିବୁ ସାହା,
ଯମ ଯାତନାକୁ ମାଗୋ ସଦା ମୁହିଁ ଡ଼ରେ,
ପାରି କରିବୁ ସନ୍ତାନେ ମାଗୁଣି ପୟରେ.
ବିମଳେଇ ବିମଳେଇ................. ॥୨॥
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
0 Comments
You can write now your valuable comments here. Off-topic comments may be removed or deleted without prior notice.