
• ସବୁ ଭତା ଏବେ ସମସ୍ତେ ପାଇବେ
• ଖାଇବେ ରେ ଘିଅଭାତ
• ରୁଣ ଦୈତ୍ୟ ବଢି ବିସ୍ତାରି ଦେଉଛି
• ତା ଅତିକାୟ ହାତ ।।
• କଳାକାର ଶିଳ୍ପୀ କୃଷକ ଶ୍ରମିକ
• କୁଶଳୀ ବୁଣାକାର
• ବେକାରି,ଅକର୍ମା,ଯୁବତୀ,ଯୁବକ
• ଭତାଦେବେ ସରକାର ।।
• ବୃଦ୍ଧ ବୃଦ୍ଧା ଭତା ଛାତ୍ର ଛାତ୍ରୀ ଭତା
• ତଥାପି ଚୀର ଦୁର୍ଦ୍ଦିନ
• ରାହୁ ଗ୍ରାସେ ଦେଶ ବିବର୍ଣ୍ଣ ମୁଦ୍ରାରେ
• ଏକି ତାର ସମାଧାନ ।।
• ବାକି ରହିଗଲା କବିଭତା କିଆଁ
• ଆଦୈଁ। ନୁହେଁ ସୁସ୍ଥ ବାର୍ତ୍ତା
• ଏକି ପାତର ଅନ୍ତର ମନୋଭାବ
• ବଡ଼ ନାକରା ଏ କଥା ।।
• ଆଳସ୍ୟ ଜାତୀ ରକ୍ତରେ ଭରି ଦିଏ
• ଚାଷଜମି ହେଲା ପଡିଆ
• ମଶାଣି ଭୁଇଁରେ ଘର ଆଉ କୁହ କାହିଁ
• ପୋଖରୀ କି ଗାଡିଆ ।।
• କବି ଲେଖକ ମୋ ସାଥି ସହୋଦର
• କୋଡଇ ମାଡଇ ଗୋଦର
• ତହୁଁ ବଳିଗଲା ଗୋଦରା ଗୋଡ଼ଟା
• ବିଷମିଶା ବିଶ୍ଵାସ ର ।।
• ନିରିମୂଳୀ ଲତା ସମ ପରାଂପୁଷ୍ଟ
• ହେବାକୁ ଗଢୁଛ ଜାତି
• ପରଅର୍ଣ୍ଣ ଭୋଗୀ ଅଭ୍ୟାସ କଲଣି
• ବିଡମ୍ବନା (ଏହି) ଭତା ପ୍ରୀତି ।।
• × × × (୨) × × ×
• ଶିକ୍ଷା ସ୍ଵସ୍ଥ୍ୟ ଗୃହ ପରେ ଧ୍ୟାନଦିଅ
• କର୍ମରେ ଦିଅ ଗୁରୁତ୍ଵ
• ଶାସକ ଶାସନ କର ସମାଜକୁ
• ଦେଇ କର୍ମର ଦାୟିତ୍ଵ ।।
• ବିନାକର୍ମେ କିଆଁ ପଇସା ବାଣ୍ଟିବ
• ପଇସା (କି) କାହା ବାପର
• ଯାଗ ରେ ଲେଖକ କବି ବୁଦ୍ଧିଜୀବି
• ଯାଗୁ ଜନ ଦରବାର ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.