
ମୋପରି ତୋତେ କୋଟିଏ ମିଳିବେ
ତୋପରି ଗୋଟିଏ ତୁ
ଭଲ ପାଉଥିଲି ଆଜିବି ପାଉଛି
କେବେ ଭୁଲିବିନି ମୁଁ ।
ସାରା ଦୁନିଆରେ ତୁ ନିଆରା ବୋଲି
ସାଇତିଲି ମନେ ମୋର
ଗହନ ରାତିରେ ବହୁଦୂରେ ଥାଇ
ଦେଲୁ ପ୍ରେମ ଉପହାର ।
କଣ୍ଢେଇଲୋ ତୋତେ ନଦେଖି ଝୁରିଛି
କହିନାହିଁ ମୋତେ ଛୁଉଁ
ମୋପରି ତୋତେ କୋଟିଏ ମିଳିବେ
ତୋପରି ଗୋଟିଏ ତୁ - - - - - -
ପରିବର୍ତ୍ତନର ପରିଧି ଭିତରେ
ବଦଳିଗଲା ତୋ ରୂପ
ତୋ ଭାଗ୍ୟରେ ଥିଲା ସୁହାଗ ସିନ୍ଦୂର
ମୋ ପାଇଁକି ଅଭିଶାପ ।
ତୁ'ବି ମୋ ପାଇଁ ନିଶ୍ଚୟ ଝୁରିବୁ
ଯେମିତି ଝୁରୁଛି ମୁଁ
ମୋପରି ତୋତେ କୋଟିଏ ମିଳିବେ
ତୋପରି ଗୋଟିଏ ତୁ ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
0 Comments
You can write now your valuable comments here. Off-topic comments may be removed or deleted without prior notice.