
ଅଭିମାନୀ ଫୁଲେଇ ତୁ
ପ୍ରିୟ ମୋ ମୋନୋଇ,
ହସି ଦେଲେ ଫୁଟି ଯାଏ
ବିନା ଜହ୍ନ କଇଁ ||
ଅଳସୀ ଟେ ପ୍ରିୟା ତୁଲ
ଭାରି ଅଭିମାନୀ
ତୋତେ ଟିକେ ନଦେଖିଲେ
ମନ ମୋ ମାନେନି ||
ଢେଉ ପରି ତୁମରି ସେ
ଢଳ ଢଳ ଆଖି
ଗୋଲାପୀ ଓଠରେ ତୁମ
ମନ ଯାଏ ଲାଖି ||
ଅଭିମାନୀ ପ୍ରିୟା ମୋର
ଭାରି ସେ ଗେଲ୍ହେଇ
ଯଦି ଥରେ ରୁଷି ଯାଏ
କାନ୍ଦେ କଇଁ କଇଁ ||
ବେଳାଭୂମି ତୁମ ବିନା
ଆଗେ ଭାରି ଫିକା
ଏଯାଏ ବି ତୁମ ବିନା
ମୁ ଏକା ଏକା ||
ଅଭିମାନ କାହିଁ ତୁମେ
କଲ ମୋ ପ୍ରେମରେ
ଅଭିମାନୀ ହୋଇ ତୁମେ
ଆସ ମୋ ସ୍ୱପ୍ନରେ ||
ଥିରି ଥିରି ମନ ମୋରି
ଚୋରି କଲ ତୁମେ
ଏଯାଏ ବି ତୁମ ଛବି
ଦେଖେ ନୀତି ଜନଁହେ ||
ଏହି କ୍ଷୟଣୀ ରାଗ ରୁଷା
ପୁଣି ଅଭିମାନ
ଅଭିମାନୀ ପ୍ରିୟା ମୋର
ଭାଙ୍ଗ ନାହିଁ ମନ ||
ରମାକାନ୍ତ ବେହେରା
କାନପୁର, ନରସିଂହପୁର, କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.