
ସ୍ୱାଧୀନତା ଦିନ ପାଳୁ ସିନା ଆମେ
ଆଜି ଯାଏଁ ପରାଧୀନ,
ନାଁ କୁ ତ୍ରିରଙ୍ଗା ଉଡ଼ାଉଛୁ ସତ
କରିବାକୁ ସନମାନ =୧ =
ଅସଲ ମାନେ ଟି ବୁଝି ନାହୁଁ ଆମେ
କରୁ ଖାଲି ଆମେ ନାଟ ,
ଲୋକଦେଖାଣିଆ ଦେଶ ଭକ୍ତି ଆମ
ସୃଷ୍ଟି କରୁ ନାନା ଫ।ଟ =୨=
କଥା କହିବାର ସ୍ୱାଧୀନତା ନାହିଁ
ସତ କହିଲେ ବି ଦଣ୍ଡ ,
ମିଛରେ ମିଛରେ ବଞ୍ଚିଛୁ ଯାହା ଆମେ
ସବୁ ତ ଏ ଦେଶେ ଭଣ୍ଡ =୩=
ଭ୍ରଷ୍ଟାଚାର ରେ ଦେଶ ଉବୁଟୁବୁ
ଚୋରି ନାରୀ ଘରେ ଘରେ,
ଖାଇବାକୁ ଗଣ୍ଡେ ପାଉ ନାହିଁ ମାଆ
ଭିକ ମାଗେ ଦ୍ୱାରେ ଦ୍ୱାରେ =୪=
ପିନ୍ଧିବାକୁ ଖଣ୍ଡେ କନା ପାଉ ନାହିଁ
ଉଲଗ୍ଣରେ ବୁଲେ ଛୁଆ,
ଶିଶୁ କନ୍ୟା ଏଠି ଯୌନ ଯନ୍ତ୍ରଣାରେ
ଶୋଷିତ ହେଉଛି ଯାହା =୫ =
ନାରୀ ସଦା ଏଠି ନିର୍ଯାତିତ ହୁଏ
ନୁହେଁ ଜମା ସୁରକ୍ଷିତ,
ଶତ୍ରୁ ତାର ପଛେ ପଡି ରହି ଅଛି
ଗର୍ଭରୁ କରେ ନିପାତ =୬=
ଶିକ୍ଷା ଏଠି ଖୋଲା ବିକ୍ରି ହେଉଛି
କିଣୁଛନ୍ତି ଟଙ୍କାଧାରୀ,
ସେବା ନାମେ ଏଠି ଭଦ୍ରମୁଖା ମାନେ
ଲୁଟୁଛନ୍ତି ମନ ଭରି =୭=
ଶାସକ ଏଠାରେ ଅନ୍ଧ ଆଉ ମୁକ
ପ।ଲିଟିଛି ଜାଣି ଶୁଣି,
ବଧିର ସାଜି ସେ ଅଭିନୟ କରେ
ସବୁକିଛି ଜାଣି ପୁଣି =୮=
ତୁମ ଠାରୁ ଭଲ ଶତ ଗୁଣେ ସେହି
ଗୋରା ବିଦେଶୀ ଶାସକ,
ଘର ଢ଼ିଙ୍କି ଆମ କୁମ୍ଭୀର ଅଟଇ
ଯାହା ଅଛି ଜ।ଣ ଲେଖ =୯ =
ଦିନ ଦୁଖୀରଙ୍କି ଅଭାବୀ ମଣିଷ
ଘ।ଣ୍ଟି ଯାହା ମରେ ଏଠି,
ବାକି ସବୁ ଏଠି ଯାହା ଲୁଟୁଛନ୍ତି
ସମୟ ସୁବିଧା ଦେଖି =୧୦=
ନିଜ ମାତୃଭାଷା କହିବାକୁ ଏଠି
ଲୋକଙ୍କୁ ଲଜ୍ଜା ଲାଗେ,
ନିଜ ସଂସ୍କୃତି ଓ ପରମ୍ପରାକୁ
ଭୁଲିବାକୁ ସିଏ ଆଗେ =୧୧ =
ପାପର ପଙ୍କରେ ଭଲ ମଣିଷ ଯାହା
ଏହି ଦେଶେ ଘ।ଣ୍ଟି ହୁଏ,
ଦିଗ ହରା ହୋଇ ପ୍ରଭୁଙ୍କ ଶରଣେ
ନିଜକୁ ସମର୍ପି ଦିଏ =୧୨=
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
0 Comments
You can write now your valuable comments here. Off-topic comments may be removed or deleted without prior notice.