
ଚାରି ଆଡୁ ଆଜି ଛୁଟି ଚାଲିଅଛି
ଅଭିନନ୍ଦନ ର ସୁଅ,
କାରଣ ଅଟଇ ଆଜି ପରା ମୋର
ଜନ୍ମ ଦିନରେ, ପୁଅ! ..
କିଏ କହୁ ଅଛି party ଦବୁନୁ କି
Cake କଟିବୁ କେତବଳେ,
ନୂଆ ଡ୍ରେସ ହୋଇଛିନା ତୋର
ପିନ୍ଧୁନୁୁ ସଅଳେ ସଅଳେ ।।
ମୋ ମନରେ କିନ୍ତୁ ଚିନ୍ତା ର ପାହାଡ
ଖୁସି ହେବି କଣ ପାଇଁ,
ମୋ ପୂର୍ଣ ଆୟୁଶୁ ଗୋଟେ ବର୍ଷ ଆଜି
ଚାହୁଁ ଚାହୁଁ ଗଲା କମି।।
ଖୁସି ହେବି ଆଜି କଣ ପାଇଁ ମୁଁ
ଚାଲି ଯିବି ଶୀଘ୍ର ଏଠୁ,
ଚାହୁଁ ଚାହୁଁ ଆଜି ପୁଣି ଘୁରି ଗଲା
ଗୋଟିଏ ବର୍ଷର ନଟୁ ।
ଆସିଛି କାହିଁକି ଏହି ଧରାକୁ ମୁଁ
ଖୋଜୁଛି ତାହାର ଠିକଣା,
ମୋ ଲକ୍ଷ ପଥରୁ ନ ହଟି ଯାଏ ମୁଁ
ହୋଇ ଯାଇ ଆନମନା।।
ଚାଲି ଯାଏ ପଛେ ଏଇ ସଂସରରୁ
ଦୁଃଖ କରିବିନି ମୁହିଁ,
ସମାଜର ପାଇଁ ମୋ ଶକ୍ତି ର ବନ୍ହହି
ହଜି ନ ଯାଉ ଯେ କାହିଁ,।
ଚାହେଁ ନାହିଁ ମୁ ପ୍ରସମୀ ଯିବାକୁ
ବ୍ୟର୍ଥ କରି ଏ ଜୀବନ,
ରୋଜଗାର କରି ଜୀବନ ବିତେଇ
ବାହୁଡ଼ି ଯାଆନ୍ତି ଜନ।।
ମୁ ଚାହୁଂଛି ଯେ ମୋ ଜନ୍ମ ଦିବସ
ପାଳୁ ମୋର ଏଇ ଜାତି
ଛୋଟ ପରିବେସେ କିବା ଯେ ଆନନ୍ଦ
ଝୁରିବେ ଯେ ବିଶ୍ୱବାସୀ।।।
ନ ହଟି ଯାଏ ଲକ୍ଷ ରୁ ମୋହର
ଦେଖିଛି ବିରାଟ ସ୍ୱପ୍ନ,
ମୋ ସମାଜ ର କଲ୍ୟାଣ ଦିଗରେ
କଟି ଯାଉ ମୋର ଦିନ।।
ଅନୁରୋଧ ମୋର ଏଇ ସମାଜ କୁ
ନ ଭୁଲି ଯାଓ ନିଜକୁ
ସଂସ୍କୃତି କୁ ଛାଡି କ।ହିଁ ମାତି ଯାଓ
ପଶ୍ଚିମ ରାଇଜ ନୀତି କୁ।।
କର ନାହିଁ ପଛେ କିଛି ତୁମେ ଭାଇ
ଏହି ସଂସାରର ହିତେ,
ଗୋଟିଏ ବୃକ୍ଷ ତ ରୋପୀ ଯେ ପାରିବ
ମୋ ମା ଧରଣୀ ର ବୁକେ,।।।।।
ଶୁଭାଶିଷ ସେଠୀ
0 Comments
You can write now your valuable comments here. Off-topic comments may be removed or deleted without prior notice.