
ଆସିଛି ଆଜି ନୂଆ ବରଷ
ସଭିଙ୍କ ମନେ ଭରି ହରଷ
ବିଦାୟ ନେଇ ଯାଉଛି ଅଠର
ଉଣେଇସି ଦେବ ମିଠା ପରଶ ।
ଗୁମୁରି କାନ୍ଦେ ଅଠର ମନ
ଉଣେଇସିର ମନ ଉଚ୍ଛନ୍ନ
ଗାଆଁ ଠୁ ସହର ସବୁଠି ଶୁଭେ
ନୂତନ ବର୍ଷର ଅଭିନନ୍ଦନ ।
ନୂତନ ଆଶା ନୂଆ ସପନ
ନୂତନ ଦିଶେ ଆକାଶ ଜହ୍ନ
ଚତୁର୍ଦ୍ଧିଗ ଆଜି ପ୍ରକମ୍ପିତ ହୁଏ
ନୂତନ ବର୍ଷର ପ୍ରତିଫଳନ ।
ନୂଆ ବରଷ ଆସିଛି ଧାଇଁ
ପୁରୁଣା ଯିବ ବିଦାୟ ନେଇ
ନୂଆ ପାଉଥିବ ସେନେହ ଆଦର
ପୁରୁଣା ରହିବ ସ୍ମୃତିଟେ ହୋଇ ।
ସୁଖ ସମୃଦ୍ଧି ସାଥିରେ ନେଇ
ନୂତନ ଆସୁ ସଭିଙ୍କ ପାଇଁ
ହସି ହସି ତାକୁ ସ୍ୱାଗତ କରିବା
ଆମ ସାଥେ ରହୁ ବର୍ଷଟେ ପାଇଁ ।
ସୁଖରେ କଟୁ ସଭିଙ୍କ ଦିନ
ମିଳୁ ସଭିଙ୍କୁ ଗଭୀର ଜ୍ଞାନ
ଏହି ଆଶା ନେଇ ଜଣାଏ ସଭିଙ୍କୁ
ନୂତନ ବର୍ଷର ଅଭିନନ୍ଦନ ।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳ ହାଟ, ପ୍ରୀତିପୁର, ଯାଜପୁର
0 Comments
You can write now your valuable comments here. Off-topic comments may be removed or deleted without prior notice.