କାର୍ତ୍ତିକ ମାସର ଅନ୍ତିମ ପର୍ଯ୍ୟାୟରେ ମଦନ ତାହାର ଚାଷ ର
ଅମଲ ଶେଷ କରିଛି । ବିଗତ ବର୍ଷ ଅପେକ୍ଷା ଏ ବର୍ଷ ଅମଲ ବହୁତ କମ ହୋଇଛି। ତିତଲୀ ବାତ୍ୟା ତାର ସବୁ ଧୂଲିସାଦ୍ କରି ଦାଉ ସାଧି ଚାଲିଗଲା। ଜମିର ଫସଲ ରେ ସେ ବର୍ଷ ସାରା ଭଲରେ ଚଲି ଯାଉଥିଲା। ହେଲେ ଏ ବର୍ଷ ଦୁଇ ମାସ ପାଇଁ ମଧ୍ଯ ଅଢିଆ ହେବନାହିଁ। ଘରେ ତାର ମାଁ, ସ୍ତ୍ରୀ ଆଉ
ବାର ବର୍ଷର ଝିଅ ଏହି
ଚାରିଜଣଙ୍କୁ ନେଇ ତାର ହସ ଖୁସିର ସଂସାର। ପରିବାର ଚଲିବ କିପରି ? ମନରେ ଏ ଗୋଟେ
ପ୍ରଶ୍ନ ଉଙ୍କି ମାରୁଥାଏ । ତେଣେ ଝିଅର
ପାଠ ପଢା ପାଇଁ ଲୁଗାପଟା,ବହିପତ୍ର ,ସ୍କୁଲ ଫିସ୍ କେତେ କଣ ଖର୍ଚ୍ଚ ଅଛି
। ଏତେ ଟଙ୍କା କୋଉଁଠୁ ଆଣିବ ।ଏ କଥା ଭାବି ଭାବି ପେଟର ଭୋକ ମରିଯାଏ ଆଉ ଆଖିର ନିଦ ହଜିଯାଏ । ଚିନ୍ତାରେ ତାର ମଥା
ଘୁରିଯାଉଥାଏ । ଏ ସମୟରେ ମଦନର ମନେ ପଡିଲା ତା ପିଲା ଦିନର ସାଂଗ ମହେଶ୍ଵର କଥା।ମହେଶ୍ବର ଜଣେ ସରକାରୀ କର୍ମଚାରୀ ।

ମଦନର ମନ କାଚ ଗ୍ଲାସ ଭଲି ଭାଙ୍ଗି ଖଣ୍ଡ ବିଖଣ୍ଡ ହେଇଗଲା । ମହେଶ୍ବରର କେଇ ପଦ କଠୋର କଥାରେ। କିଛି ସମୟ ନିରବ ରହି କହିଲା - ମୁଁ ତୋତେ ମାହାଲିଆ କିଛି ମାଗିବାକୁ ଆସିନି । ମୁଁ ତୋ ପାଖରେ ରହି କିଛି କାମ କରିବି ମୋ ପରିବାର ପୋଷିବାକୁ। ତୁ ଯାହା କହିବୁ
ସାଙ୍ଗ ମୁଁ ତାହା କରିବି । ଦରକାର ପଡିଲେ
ତୋ ଘରର କାମ ଦାମ କରିବି, ଲୁଗାପଟା ସଫା , ଘର ସଫା, ବଗିଚା କାମ ସବୁ କରିବି । ହେଲେ ମୋତେ ଏଡାଇ ଦିଏ ନାରେ ସାଙ୍ଗ । ମୋ ଉପରେ ଟିକେ ଦୟାକର । ମହେଶ୍ବର କିଛି ବି ଶୁଣିଲାଣି ମନା କରିଦେଇ କହିଲା-ମୁଁ ତୋର କିଛି ବି
କରିପାରିବିନି ଚାଲିଯା ଏଠୁ ।
ମୁହଁ ଶୁଖେଇ ମଦନ ଫେରି ଆସିଲା ମହେଶ୍ବର ଘରୁ , ମନରେ ଅନେକ
ପ୍ରକାର ର ଭାବନା ଦୋହଲୁଥାଏ । କେତେ ଆଶା ନେଇ ଆସିଥିଲି ସବୁ ପାଣି ଫୋଟକା ପରି ଫାଟି ଗଲା । କଣ କରିବି ବୁଦ୍ଧି ଦିଶୁନାହିଁ । କେମିତି ପରିବାରର ତିନି ପେଟକୁ ଦାନା ଦେବି । ଛି ଏମିତି ଜୀବନ ଜୀଇବା । ଏମିତି ନିଜକୁ ନିଜେ କହି ହେଉଥାଏ । ବସ୍ ଷ୍ଟାଣ୍ଡକୁ ଆସି ବସ୍ ରେ ବସିଲା । ଭାବୁଥାଏ ଖାଲି ଗୋଟିଏ କଥା ପରିବାର କେମିତି
ଚଲିବ । କେମିତି ସେ
ଯୋଗାଡ କରିବ ଅର୍ଥ । ବେଳେବେଳେ ନିଜ ଜୀବନକୁ ଧିକ୍କାର ମଧ୍ୟ କରୁଥାଏ । କଣ
ସେ କରିବ ବୁଦ୍ଧି ଦିଶୁନଥାଏ । କୁଆଡେ ଯିବ ଘରକୁ ଗଲେ ନିଶ୍ଚୟ ମା ଆଉ ସ୍ତ୍ରୀ ପଚାରିବେ କଣ କାମ
ମିଲିଲା । ଟଙ୍କା ନେଇ ଆସିଛ କି । ଏମିତି ଅନେକ ପ୍ରଶ୍ନ ପଚାରିବେ। କି ଉତ୍ତର ଦେବି
।
ହଠାତ୍ ଏତିକି ବେଳେ ମଦନର ଆଉ ଜଣେ
ସାଙ୍ଗ ମନୋଜ ସହ ଦେଖାହେଲା । ଯିଏ କି ସ୍କୁଲ୍ ରେ ପଢୁଥିବା ସମୟରେ ବହୁତ ମାର୍ ପିଟ୍ କରୁଥିଲା ମଦନ
ସହ । ମଦନକୁ ବହୁତ ହଇରାଣ କରୁଥିଲା । ବହି ପତ୍ରକୁ ଛଡେଇ ନେଇ ଚିରା ଫୋପଡା କରୁଥିଲା । ମଦନକୁ ଦେଖି ମନୋଜ କହିଲା କି ରେ
ମଦନ.. ସାଙ୍ଗ
କୁଆଡେ ଯାଇଥିଲୁ । ମୋତେ ଚିହ୍ନି
ପାରିଲୁଟି । ମୁଁ ମନୋଜ ତୋ ସ୍କୁଲ୍ ସାଙ୍ଗ । ମଦନ କହିଲା
ହଁ ହଁ ଚିହ୍ନି ପାରିଲି । ମଦନର ଶୁଖା ମୁହଁକୁ ଆଉ ଛଳଛଳ ଆଖିକୁ ଦେଖି ମନୋଜ ପୁଣି
ପଚାରିଲା - କଣ ହେଇଛି ସାଙ୍ଗ ତୋ ମୁହଟା ଶୁଖିଯାଇଛି
କାହିଁକି ? କଣ ଅସୁବିଧା ହୋଇଛି କି । ଆରେ ମତେ କହ
। ମୁଁ ଆଉ ସେଇ
ସ୍କୁଲ୍ ସାଙ୍ଗ ନାହିଁ ପୁରାପୁରି ବଦଲି ଯାଇଛି । ମଦନ କାନ୍ଧରେ ହାତ ରଖି ମନୋଜ ଆଉ ଥରେ କହିଲା ଲୁଚାନି ସାଙ୍ଗ କଣ ହେଇଛି ମୋତେ କହ ।
ମଦନ ହା କରି କାନ୍ଦି ପକେଇଲା ଆଉ ମନୋଜକୁ କୁଣ୍ଢେଇ ଧରି ତା’ର
ଅସୁବିଧା ସବୁ କହିଲା । ମନୋଜ ସବୁ କଥା ଶୁଣି ସାରି ମଦନ
ଆଖିର ଲୁହକୁ ପୋଛି କହିଲା - ଚିନ୍ତା କରନି ସାଙ୍ଗ ମୁଁ ତୋତେ ସାହାଯ୍ୟ କରିବି । ମନୋଜ ଜଣେ କଲେଜର ଅଧ୍ୟାପକ ଏବଂ
ଜଣେ ଜଣା ଶୁଣା ପରିଚିତ ଲୋକ । ସମାଜରେ ସେ ବହୁତ ସମ୍ମାନ
ପ୍ରତିଷ୍ଠା ଅର୍ଜନ କରିଛି । ଘରେ ତା’ର ଦୋକାନ ମଧ୍ୟ ଅଛି । ମନୋଜ ମଦନକୁ କହିଲା- ତୋର କିଛି ଅସୁବିଧା ହେବନି ରେ ସାଙ୍ଗ ମୁଁ ଥାଉ
ଥାଉ । ମନରେ
ସାହାସ ଦେଇ କହିଲା ସାଂଗ ତୁ ମୋ ପାଖରେ ରହିବୁ। ଆଉ ମୁଁ ତୋତେ କିଛି ଅର୍ଥ ସାହାଯ୍ୟ କରିବି। ମଦନ ସହମତି ପ୍ରକାଶ କରି କହିଲା ହଁ
ସାଂଗ ଆସନ୍ତା କାଲି ଠାରୁ ମୁଁ ତୋ ପାଖରେ ରହିବି । କାଲି ସକାଳୁ ତୋ ଘରକୁ ଯିବି ମନୋଜ ହଁ କହିଲା। ମଦନ ଆର ଦିନ ସକାଳୁ ମନୋଜ ଘରକୁ ଗଲା । ଦେଖି କି ନିଜ ଆଖିକୁ ବିଶ୍ୱାସ କରିପାରିଲାନି
। ମନୋଜ ଦୋକାନ ଚାବିକୁ ବଢେଇ ଦେଇ
କହୁଛି ସାଙ୍ଗ ଆଜିଠୁ ଦୋକାନର ଭଲମନ୍ଦ ବୁଝିବୁ ନେ ଚାବିକାଠି । ଏତିକି ଶୁଣି ମଦନ ଆଖିରୁ ଖୁସିର ଲୁହ ଝରିପଡୁଥାଏ । ମଦନ ଖାଲି ଚାହିଁ ରହିଥାଏ ମନୋଜକୁ । ମନୋଜ ମଦନକୁ କହିଲା ଆରେ କାହିଁକି ଏମିତି ଚାହିଛୁ ମୁଁ କଣ ତୋ ପାଇଁ
ଏତେ ଟିକେ କରିପାରିବିନି । ମଦନ
କହିଲା ସାଙ୍ଗ ମୁଁ ତୋତେ କ’ଣ କହି ଧନ୍ୟବାଦ ଦେବି ନିଜେ ଜାଣିପାରୁନି । ତୋର ଏ ସାହାଯ୍ୟ ଜୀବନରେ କେବେ ଭୁଲିପାରିବିନି
। ଦୋକାନାର ଭଲମନ୍ଦ ବୁଝି ମଦନ ଭଲ ଦୁଇ ପଇସା ରୋଜଗାର କଲା ଏବଂ ଚାରି ପେଟକୁ ଦାନା ଦଉଛି । ମଝିରେ ମଝିରେ ଗ୍ରାମ କୁ ଯାଏ। ତା ପରିବାରକୁ ଦେଖିବା ସହ ଜମି ବାଡି ମଧ୍ୟ ଦେଖାଶୁଣା କରି ବହୁତ ସୁବିଧାରେ ଚଲୁଛି। ମନରେ ମନୋଜ କଥା ଭାବିଲେ ତା ଆଖିରୁ ଦୁଇଟୋପା ଖୁସିର ଲୁହ ଝରିପଡେ । ସତରେ ମଦନ ଏ ସାହାଯ୍ୟକୁ ଜୀବନରେ
କେବେ ଭୁଲି ପାରିବନି।
-----------------
ଗ୍ରାମ- ବୃନ୍ଦାବାହାଲ, ବ୍ଲକ - ଗୋଲାମୁଣ୍ଡା, ଜିଲ୍ଲା- କଳାହାଣ୍ଡି
0 Comments
You can write now your valuable comments here. Off-topic comments may be removed or deleted without prior notice.