
ଏଇ ଦେଖୁ ଦେଖୁ ସମୟ ପଳାଇଲା
କେତେବେଳେ ଆସିଲା ଆଉ ଗଲା
ସମୟ କ୍ରମେ ପଡିଲାନି ଜମାରୁ ଜଣା
ଜୀବନ ଚାଲୁ ଚାଲୁ ବୟସ ପଡିଲାନି ଜଣା
କାନ୍ଧରେ ବସି ଖେଳୁ ଥିବା ପିଲାଏ
ସମୟ କ୍ରମେ କାନ୍ଧ ପର୍ଯ୍ୟନ୍ତ ଲଂବିଗଲେ
କଂପାନୀ ଘରୁ ଜୀବନ ଆରଂଭ ହୋଇ
ସମୟ କ୍ରମେ କେବେ ନିଜ ଘରେ
ପହଂଚି ଗଲୁ ଜମାତ ଜଣା ପଡିଲା ନାହିଁ
ସାଇକଲ ରୁ ଆରଂଭ କରିଥିବା ଜୀବନ
ସମୟ କ୍ରମେ କେବେ ବସି କାର୍ ରେ
ବୁଲିଲିଣି ଜମାରୁ ଜଣା ପଡିଲା ନାହିଁ
ଆମେ ଥିଲୁ କେବେ ବାପା ବୋଉଂକର ଉତ୍ତରଦାୟୀତ୍ବ
ସମୟ କ୍ରମେ ଆଜି ଆମେ ନିଜ ପିଲାଂକ ଉତ୍ତରଦାୟୀ
ସମୟ ଥିଲା ଆମେ ରାତି ତ ରାତି ଦିନରେ ବି ଶୋଇ ପାରୁ ଥିଲୁ
ସମୟ କ୍ରମେ କେବେ ନିଦ ସବୁ ହଜି ଗଲା ଜଣାତ ପଡିଲା ନାହିଁ
ଯେଉଁ ଘନ କଳା କେଶ ପାଇଁ ମନରେ ଥିଲା ଗରବ
ସମୟ କ୍ରମେ କେତେବେଳେ ଚଂଦା ହେଲି ପଡଲାନି ଜଣା
ଗୋଟେ କଂପାନୀରୁ ଆଉ ଗୋଟେ କଂପାନୀ ଘୁରୁ ଥିଲୁ ଆମେ
ସମୟ କ୍ରମେ ଏବେ ଅବକାଶ ହୋଇ ଘରେ ବସିଲୁଣି ଆମେ
ପିଲାଂକ ପାଇଁ କମେଇଲୁ, ଜମେଇଲୁ ଆଉ ମଜ୍ଜି ଗଲୁ
ସମୟ କ୍ରମେ କେତେବେଳେ ପିଲା ମାନେ ମଣିଷ ହୋଇ
ଆମ ଠାରୁ ଦୂରେଇ ଗଲେ ଜଣାତ ପଡିଲା ନାହିଁ
ବଡ ପରିବାର ର ସଦସ୍ୟ ଥିଲୁ ଆମେ
ଭାଇ ଭଉଣୀ ପରସ୍ପରକୁ ପାଉ ଥିଲୁ କେତେ ଭଲ
ସମୟ କ୍ରମେ କେତେବେଳେ ସେମାନେ ହେଲେ ଦୂର
ଜଣା ପଡିଲା ନାହିଁ କେବେ ହେଲୁ ଦୁଇଜଣିଆ ପରିବାର
ଏବେ ଭାବୁଛି ନିଜ ପାଇଁ କିଛି ହେଲେ କରିବି
ସମୟ କ୍ରମେ ଏ ଶରୀର ବି ସାଥି ଦେଉ ନାହିଁ ଜମା
ସମୟ କ୍ରମେ ଏ ଦେହ ବି ଯିବ ଚାଲି
ପଡିବନି ଜମାରୁ ହେଲେ ଜଣା !!!
ଶ୍ରୀ ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
0 Comments
You can write now your valuable comments here. Off-topic comments may be removed or deleted without prior notice.