ସେ କେତନ ନାମ ପତିତପାବନ
ବିନତା ନନ୍ଦନ ଅଟଇ ବାହାନ
ହେ ପ୍ରଭୁ ରମା ରମଣ ହେ ,, ବିଶ୍ଵେ ଉଡେ…..।।
ଦିନବନ୍ଧୁ ଦୀନ ଦାରିଦ୍ର୍ୟ ସଙ୍ଗାତ
ଦେଇଥାଅ ଭକ୍ତେ ଅମାପ ସଂପଦ
ଅନନ୍ତ ଈଶ୍ଵର ପ୍ରଭୁ ପରାତ୍ପର
ଜୀବନ କର ପାବନ ଯେ ,, ବିଶ୍ଵେ ଉଡେ……।।
ତୁମରି କରୁଣା କୃପାଜଳ କଣା
ଦିଅଇ ମୁକତି କରିଲେ ଭାବନା
କେତେତ ତାରିଛ ଦରଶନ ଦେଇ
ଦେଇଛ ବୈକୁଣ୍ଠେ ଆସନ ,, ବିଶ୍ଵେ ଉଡେ……।।
ଅନନ୍ତ ଅଚ୍ୟୁତ ଅଚିନ୍ତ୍ୟ ପୁରୁଷ
ଶରଣ ସମ୍ଭାଳି ଅମୀୟ ଆୟୁଷ
କର ଆୟୁଷ୍ମାନ ଭବ ତରଙ୍ଗିଣୀ
ନହେଉ ପ୍ରତିବନ୍ଧନ ହେ ,, ବିଶ୍ଵେ ଉଡେ……।।
ତୁମ ଦୟା ଦାନ ଅପୂର୍ବ ମହାନ
ସଂସାର ତୁମର ସ୍ନେହ ପ୍ରେମ ପୂର୍ଣ୍ଣ
ଆହା କି ମଧୁର ମଧୁମୟ ବିଶ୍ଵ
କରିଅଛ ଯେ ଭିଆଣ ହେ ,, ବିଶ୍ଵେ ଉଡେ…..।।
ଜୀବନ ସାୟାହ୍ନ ଉପଗତ ଏବେ
କାଳର ସଂକେତ ଦେହେ ଫୁଟି ଉଠେ
ବେଳନାହିଁ ଆଉ ଆହେ ମହାବାହୁ
ପ୍ରଫୁଲ୍ଲ ମାଗେ ଦର୍ଶନ ହେ ,, ବିଶ୍ଵରେ ଉଡେ…..।।
-------------------------
ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.