
ହୃଦୟରେ ଅଛ ପ୍ରିୟା ,
ପ୍ରେମରେ କଳଙ୍କ ଲଗାଇଲ ସତ
ଜଳୁଚି ବିରହ ନିଆଁ ! !
ମାୟାବିନୀ ବୋଲି ଜାଣିମୁଁ ନଥିଲି
କାହିଁକି କଲ କିମିଆଁ ,
ବିରହ ନିଆଁରେ ଆତ୍ମାମୋର ଜଳେ
ହସୁଚି ସାରା ଦୁନିଆଁ ! !
ମୁଁ' ପ୍ରେମୀ ସରଳ ହୃଦୟ କୋମଳ
ପଢିନି ମୁଁ' ପ୍ରେମ ପାଠ ,
ତୁମପ୍ରେମଅଙ୍କ ମୋତେଲାଗେ କଷ୍ଟ
ମୁଁ'ଯେ ନୁହେଁ ପ୍ରେମ ଶଠ (ଠକ)
ତ୍ରୀକୋଣୀୟ ପ୍ରେମ ବିଭୀଷିକା ମୟ
ନୁହେଁ ଜମା ଶୁଭଙ୍କର ,
ହେ'ପ୍ରିୟାମନୀଷା ହୃଦୟ ସଂଗୀତା
ବେସୁରା କରନି ସ୍ଵର ! !
ମୋ'ଭଲ ପାଇବାରେ ନାହିଁ ଆବିଳତା
ବୁଝି ବାକୁ ଚେଷ୍ଟା କର ,
ଅଦିନ କୁହୁଡି ତିଷ୍ଠି ପାରିବନି
ପ୍ରେମ ମୋର ଜନ୍ମାନ୍ତର ! !
ରାହୁଲ ପ୍ରେମିକ କାମନା ପୁରୁଷ
ସଶରୀରେ ତା'ର ଲୋଭ ,
ଉପଭୋଗ ପରେ ଭୁଲିଯିବ ସତ
ନିରୋଳାରେ ଥରେ ଭାବ ! !
ମୁଁ' କୁଳମଣି ପ୍ରେମ ମଥାମଣି
ପ୍ରେମର ପ୍ରଥମ ତତ୍ତ୍ଵ ,
ଭୁଲିବା ଆଗରୁ କର ବିଶ୍ଳେଷଣ
ମୋ'ପ୍ରତି ଦେଇ ଗୁରୁତ୍ବ ! !
ତୁମେ ମୋ'ମନର ସତେ ସହୋଦର
ଭୁଲିବା ନୁହେଁ ସମ୍ଭବ ,
ନୂଆ ସ୍ଵପ୍ନ ଦେଖି ଯାଅନାହିଁ ସାଥୀ
ଏତିକି ମୋ' ଅନୁରୋଧ ! !
ଅର୍ଥରୁ ଅନର୍ଥ ଘଟିବ ନିଶ୍ଚୟ
ମୋ' କଥାକୁ ଟିକେ ହେଜ ,
ପଞ୍ଚତାରକାରେ କଲେ ଉପଭୋଗ
ସ୍ଵର୍ଗୀୟ ହେବନି ପ୍ରେମ ! !
ଆତ୍ମା ମନଯା'ର କାମନାରେ ପୂର୍ଣ୍ଣ
ତା' ହୃଦୟ ପାଷାଣ ତୁଲ୍ୟ ,
ସେ' କାହୁଁ ବୁଝିବ ମନର ବେଦନା
ଭଲ ପାଇବାର ମୂଲ୍ୟ ! !
ହେ' ପ୍ରିୟା ମନୀଷା ରଖିବ ସଦ୍ଦିଚ୍ଛା
ମୁଁ ତୁମ ହୃଦୟ ରଜା ,
ପ୍ରତାରଣା ଦୁଃଖ କରିଛି ବିମୁଖ
ଦିଅନାହିଁ ଆଉ ସଜା ! !
ଆସ ପ୍ରିୟା ଫେରି ମୋ' ସୁନାପରୀ
ମୋ' ମନ ବାନ୍ଧବୀ ସଖି ,
କରିବି ଗ୍ରହଣ କରିଛି ମୁଁ' ପଣ
ଏ ଦୁନିଆଁ ରହିବ ସାକ୍ଷୀ ! !
-------------------
ଆଠଗଡ଼ , କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.