
ଦେଖ ଦେଖ ନାରୀ ମୋର ଶରୀରକୁ
ପାଲଟିଛି ଆଜି ଜଡ,
ବ୍ରମହା ଙ୍କ ପୁତ୍ରୀ,ଗୌତମ ପତ୍ନୀ ମୁଁ
ଆଜି ଭେଟିଛି ଦୁର୍ବିସହ ମୋଡ ॥୧॥
ମୁନି ଗୌତମ ଙ୍କୁ ବାଛି ଥିଲି ମୁହିଁ
ମୋର ତ୍ର।ଣକର୍ତା ଭାବି,
ମୋ ଜୀବନ ଥିଲା ଖୁସି ମୟ ଭରା
ତାଙ୍କ ପାଦ କୁ ମୁଁ ସେବୀ ॥୨॥
ମୋ ରୂପ ଯୌବନ ସାଜିଲା ମୋ ପାଇଁ
କଳଙ୍କର ମହା କାଳ,
ଯୁଗ ଯୁଗ ଧରି ପାଲଟିଲି ପାପୀ
ଲଭିଲି କର୍ମ ର ଫଳ ॥୩॥
ଇନ୍ଦ୍ର ର ମାୟାରେ ପତି ଦେବ ମୋର
ଚାଲିଲେ ସ୍ନାହାନ କରି,
କୁକ୍କୁଟ ରାବିଲା ପ୍ରଭାତ ହୋଇଲା
ମନରେ ବିଚାର ଭରି ॥୪॥
କିଛି କ୍ଷଣ ପରେ ପାଇଲି ମୁନି ଙ୍କୁ
ଫେରି ଆସି ସେଜ ପାସେ
ବାହୁ ଧରି ମୋର ଆଲିଙ୍ଗନ କଲେ
ପଖାଳିଣ ହାତ କେସେ ॥୫॥
ଚୁମି ଦେଉଥିଲେ କୁସୁମ ତନୁକୁ
ମହା କାମନା ର ବସେ,
ହାତ ର ସ୍ପର୍ର୍ଷେ ଢେଉ ଖେଳୁଥିଲା
ମୋ ଦେହ ର ପ୍ରତି କୋଷେ ॥୬॥
ଦ୍ୱନ୍ଦ ରେ ପଡିଲି ଏ କି ସତେ ମୋର
ମହା ତେଜୀ ମହା ମୁନି,
ଏ ଦେବ ସମୟେ କିପରି ଜାଗିଲା
କାମନା ରୂପକ ବନହୀ ॥୭॥
ଜଳି ଚାଲିଲି ମୁଁ ମହା କାମାନଳେ
ଜାଳି ଜାଳି ପ୍ରତି ଅଙ୍ଗ,
ଯୌବନ ତୁଠରେ ଜାଣି ଖସି ଚାଲେ
ଲିଭାଇ କି ମୋ ପତ୍ନୀ ରଙ୍ଗ ॥୮॥
ଅଛପା ନାହିଁ ଯେ ,ପତି ଏ ନୁହନ୍ତି
ଏ ତ ଛଳେ ସଚି ପତି,
ଖୋଦ ଦେବ ରାଜା ମୋ ପ୍ରତି ଲୋଭିତ!
ଅହଂ ସଯାଇଲା ଅସତୀ ॥୯॥
ତତ୍କ୍ଷଣେ ଆସି ଉପସ୍ଥିତ ସ୍ଥାନେ
ମୋର ଏକା ପ୍ରାଣ ନାହା,
ଫେରି ଆସିଛି ମୁଁ କାମ ମାୟା କୋକୁ
କେହି ନୁହଁ ଏବେ ସାହା ॥୧୦॥
ଦେବ ରାଜା ସେତ ବୋଲାଏ ଜଗତ
ନାହିଁ ଦେବତ୍ୱର ଗୁଣ,
ଅନ୍ୟ ସ୍ତ୍ରୀ କାମରେ ଅନ୍ଧ ହୋଇଥିଲୁ
ସହସ୍ରାକ୍ଷ(1000 ଆଖି) ଶାପ ତୁ ଘେନ ॥୧୧॥
ପତ୍ନୀ ହୋଇ ଆଜି ହରାଇ ସତିତ୍ୱ
କରିଛୁ ଏ ଘୃଣ୍ୟ କାର୍ଯ୍ୟ,
ଦେଖୁ ଏ ସମାଜ ଜାଣୁ ଏ ଜଗତ
ଘୋଟୁ ତୋ ମୁହଁ ରେ ଲାଜ ॥୧୨॥
ତୋ ରୂପ ଯୌବନେ ହଜାଇ ନାରୀତ୍ବ
ବାଛିଲୁ ଅସତ ଦିଗ,
ସେଇ ରୂପ ନେଇ ଜଡ଼ ହୋଇଜା
ଏହି ଶାପ ଏବେ ଭୋଗ ॥୧୩॥
ବୁଝି ମୋର ତ୍ରୁଟି ଯାଚି ନେଲି କ୍ଷମା
ମୁଣ୍ଡ ପିଟି ପାଦ ପଦ୍ମେ,
ବଚନ ଯେ ଦେଲେ ଆସିବେ ଶ୍ରୀ ରାମ
ମୁକ୍ତି ତୋ ପ୍ରଭୁଙ୍କ ନାମେ ॥୧୪॥
ଅପେକ୍ଷା କରିଛି ପ୍ରଭୂ ରାମ ଙ୍କୁ ମୁଁ
ଭାଳି ଭାଳି ମୋର ତ୍ରୁଟି,
କେବେ ମୁଁ ତରିବି ଏ ଘୋର ପାପରୁ
କେବେ ମୁଁ ପାଇବି ମୁକ୍ତି ॥୧୫॥
ଏଇ ସଂସାର ର ନାରୀ ଏବେ ଶୁଣ
ହଟ ନାହିଁ ପତ୍ନୀ ଧର୍ମୁ,
ମୋ ପାଇଁ ସିନା ଶ୍ରୀ ରାମ ଆସିବେ
ତୁମେ, ଜଳିଯିବ ନିଜ କର୍ମୁ ॥୧୬॥
ଶୁଭାଶିଷ ସେଠୀ
ରାଇଗଡ଼ା, ମହାକାଳପଡ଼ା, କେନ୍ଦ୍ରାପଡା
0 Comments
You can write now your valuable comments here. Off-topic comments may be removed or deleted without prior notice.