
ଯାଅ ଶିବ ମନ୍ଦିର ।।
ଦର୍ଶନ କରି ମାଗିଵ ଵର ।
ଶିବ ତୋଶିଵେ ତୁମ ମନ ହର ।।
ଦେଵାଧି ଦେଵ ସେ ହରହର ।
ତ୍ରିନୟନ ଖୋଲିଲେ ବ୍ରହ୍ମାଣ୍ଡ ହୁଏ ଥର ହର ।।
କେତେ ବେଳେ ତପ ଵର ।
ଆଉ କେତେ ବେଳେ କୋପ ଵର ।।
ଯପିଵ ଓଁ ନମଃ ଶିବାୟ ପାଞ୍ଚା କ୍ଷର ।
ଲଭିବେ ଶିବ ଦୁଃଖ ହେବ ଦୁର ।।
ଯଦି କରିବ ଷୋଳ ସୋମବାର ।
ନିଶ୍ଚିତ ପାଇବ ମନ ଇଛା ବର ।।
ଏହା ପୁରାଣେ ବର୍ଣ୍ଣିତ ଅଛି ଶିଵଙ୍କର ।
ଶାନ୍ତି କର ମସ୍ତକେ ଢାଳି କ୍ଷୀର ।।
ନବ ଦୁଦୁରା ,ଅରଖ,ଗୟସ ବେଲ ପତର ।
ତା ସାଙ୍ଗେ ଢାଳିବ କ୍ଷୀର ।।
ଯଦି ପାରୁଛ ମହା ମୃତ୍ୟୁଞ୍ଜୟ ଜପ କର ।
ନିଶ୍ଚିତ ରୋଗ ହୋଇବ ଦୁର ।।
ଯଦି ଜାଳିବ ଜାଗର ।
ନିଶ୍ଚିତ ପାଇବ ଶୁଭ ଖଵର ।।
ମାନ ଶିକ ଯଦି ପୁରଣ ହୋଇବ ଯାର ।
୧୦୮ କଳସ ପାଣି ଢାଳି ରୁଦ୍ରା ଭିଷେକ କର ।।
ତାଙ୍କର ପ୍ରିୟ ଫୁଲ ନାଗେଶ୍ୱର ।
ସେଥିପାଇଁ ତାଙ୍କ ନାମ ନୀଳ କଣ୍ଠେଶ୍ୱର ।।
ବେକରେ ତୁମର ସର୍ପ ହାର ।
ମସ୍ତେକେ ପାଉଁଶ ଚିତାର ଗାର ।।
ଯେବେ ନାଚ ନଟ ରାଜ ହେ ହର ହର ।
ମେଦିନି କମ୍ଫିତ ହୁଏ ଥର ହର ।।
ଦୋଷ ଥିଲେ କ୍ଷମା କର ।
ହେ ଭୋଳା ଶଙ୍କର ।।
ତୁମକୁ କୋଟି ନମଷ୍କାର ।
ବ୍ରହ୍ମାଣ୍ଡ ବାସିକୁ ଦିଅ ଅଭୟ ବର ।।
ଜୟ ଜୟ ଭୋଳା ଶଙ୍କର ।
ସରୋଜ କୁମାର ଜେନା
ବାଲିଝରୀ, ନରସିଂହପୁର, କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.