
ତମ ଗୋଲାପି ଓଠର ହସ
ତହୁଁ ଝରୁଛି ପ୍ରୀତି ପୀୟୂଷ
ରାଗ ରୋଷ ଜମା କର ନାହିଁ ଆଗୋ
ତୁମେ ପାଖକୁ ଟିକିଏ ଆସ !
ତମ ଗୋଲାପି ଓଠର ହସ
ଲାଗେ ଫୁଲଭରା ମଧୁ ମାସ
ମିଠା ମହୁଲିଆ ପ୍ରଣୟ ମଦିରା
ଯେତେ ପିଅ ମେଂଟେ ନାହିଁ ଶୋଷ !
ତୁମ ଗୋଲାପି ଓଠରେ ହସ
ସେ ତ ଲାଗୁଛି ଶ୍ରାବଣ ମାସ
ଝର ଝର ପ୍ରେମ ବରଷା ବରଷେ
ଜମା ହେବ ନାହିଁ ଯିଏ ଶେଷ !
ତୁମ ଗୋଲାପି ଓଠରେ ହସ
ଲାଗେ ଆସିଛି ଆଶ୍ବିନ ମାସ
ନିର୍ମଳ ଗଗନେ ତାରା ସଂଗେ ଜହ୍ନ
ରଚୁଛି ଅସରା ରାସ !
ତୁମ ଗୋଲାପି ଓଠରେ ହସ
ଲାଗେ ହେମଂତ ଋତୁର ସ୍ପର୍ଶ
ପଶମୀ ଚଦର ହେଇ ତନୁ ମନେ
ଖେଳାଅ ଉଷୁମ ଲାସ୍ୟ ।
ତୁମ ଗୋଲାପି ଓଠରେ ହସ
ଲାଖି ରହି ଥାଉ ବର୍ଷ ମାସ
ଛଅ ଋତୁ ଆସି ବିତିଗଲେ ବିତୁ
ସେତ ଚିରଂତନ ମଧୁ ମାସ !
ପ୍ରତିମା ଓଝା, ସିଡିଏ, କଟକ
0 Comments
You can write now your valuable comments here. Off-topic comments may be removed or deleted without prior notice.