
ପାଠ ପଢେଇବା ଚାକିରୀ
ଚୁଚା କରିଚି ଭାଇ
ପଢେଇବ ପାଠ କିପରି
ତାକୁ ବେଳ ବା କାହିଁ ?
ସରକାରୀ ସ୍କୁଲ ମାଷ୍ଟର
ତାର ଅନେକ କାମ
ମଧ୍ୟାହ୍ନ ଭୋଜନ ବୁଝିବା
କାର୍ଯ୍ୟ ସର୍ବପ୍ରଥମ ।
ଚାଉଳ ଦିଅନ୍ତି ସର୍କାର
କିଣେ ଡିମ୍ବ ଜାଳେଣି
ଡାଲି ସୋୟାବଡି ପରିବା
ତେଲ ମସଲା ପୁଣି ।
କେତେପିଲା ଆଜି ଆସିଲେ
କେତେ ଖାଇବେ ଭାତ
ଖାଇବା ଆଗରୁ ପିଲାଏ
ନିଶ୍ଚେ ଧୋଇବେ ହାତ ।
ଲିପିବଦ୍ଧ କରେ ଖାତାରେ
କେତେ ଗଲା ରହିଲା
ଚାଉଳ ରାସନ ପରିବା
କେତେ ଖରଚ ହେଲା ।
ଯେତେ ପିଲା ନିତି ଖାଆନ୍ତି
ହ୍ଯୋନ୍ତି ଉପକୁରୁତ
ଏସ ଏମ ଏସ ପଠାଇ
ତାହା କରେ ନିଶ୍ଚିତ ।
ପାଚିକା ମାନଙ୍କ ଭାତିଆ
ପାଇଁ ମେସେଜ ଛାଡେ
କୁକିଙ୍ଗି କଷଟ ଉଠାଣ
ପାଇଁ ବେଏଙ୍କ ଦୌଡେ ।
ଲୁହା ଟାବଲେଟ ପିଲାଙ୍କୁ
ପ୍ରତି ସୋମବାରରେ
କୁରୁମି ନାଶନ ବଟିକା
ଛଅ ମାସରେ ଥରେ ।
ବଟିକା ଖାଇକି ଅସୁସ୍ଥ
ଯଦି କିଏ ବା ହୁଏ
ମାଡମାରି ମୁଣ୍ଡ ଫଟାନ୍ତି
କାହା ଜୀବନ ଯାଏ ।
ଟଏଲେଟ ସଫା କରଇ
ଆଉ ଲଗାଏ ଗଛ
ଗିରିନି ହୋଇବ ଇଣ୍ଡିଆ
ହେବ ଭାରତ ସ୍ଵଚ୍ଛ ।
ଡାକଇ କମିଟି ସଦସ୍ୟ
ତଥା ଅଭିଭାବକ
ପ୍ରତି ପୁନେଇରେ ବସେଇ
କରିଥାଏ ବୈଠକ ।
ପଢାବହି ମିଳେ ମାଗଣା
ପ୍ରତି ଶିକ୍ଷାବର୍ଷରେ
ବହି ବୋହିଆଣି ବାଣ୍ଟିବା
ଏହି ଶିକ୍ଷକ କରେ ।
କିଣିବାକୁ ଯାଏ ପୋଷାକ
ଆଉ କିଣଇ ଜୋତା
ମାପରେ ଅଦଳବଦଳ
କରି ଘୁରାଏ ମଥା ।
ସଂଶୋଧନ ହେବ ଆଧାର
ଯଦି କୋଉ ପିଲାର
ଜନସେବା କେନ୍ଦ୍ରେ ଦାଖଲ
ପାଇଁ ଲେଖା ଦର୍କାର ।
ଜାତିର ପ୍ରମାଣପତର
ପାଇଁ ଆପ୍ଳିକେସନ
ନିର୍ଦ୍ଧିଷ୍ଟ ଦପ୍ତରେ ଶିକ୍ଷକ
କରିଥାଏ ପ୍ରଦାନ ।
ଭୋଟର ତାଲିକା ପ୍ରସ୍ତୁତି
ଅଟେ ମାଷ୍ଟ୍ରଙ୍କ କାମ
ସଂଶୋଧନ ଯୋଗ ବିଯୋଗ
ଚାଲେ ବର୍ଷତମାମ ।
ଶିକ୍ଷକ କରଇ ଭୋଟିଙ୍ଗି
ବୁଥ୍ ପରିଚାଳନା
ଦଶବର୍ଷେ ଥରେ କରଇ
ଦେଶ ଜନଗଣନା ।
ବିଭିନ୍ନ ସରଭେ କରଇ
ବାରଦୁଆର ବୁଲି
ବନିଆ ବାତିଆ ଆଇଲେ
ବସେ ଇସ୍କୁଲ ଖୋଲି ।
ଚାଇଲ୍ଡ ସେନ୍ସସ କରି ସେ
ବାଛେ ଡ୍ରପଆଉଟ
ହେବାପାଇଁ କରେ ବ୍ୟବସ୍ଥା
ପଥପ୍ରାନ୍ତର ନାଟ ।
ବରଷକେ ମାସେ ଟେନିଙ୍ଗ
ସିଏ ନିଶ୍ଚୟ ନେବ
ତିନି ଡଜନରୁ ଅଧିକ
ନଥିପତ୍ର ନେଖିବ ।
ଲେସନ ଡାଇରୀ ଲେସନ
ଚୁଚା ନିତି ନେଖୁଚି
ଅଭିଭାବକଙ୍କୁ ଡରୁଚି
ଅଫିସରେ ଡରୁଚି ।
ନାଇଁ ସ୍ଵାଧୀନତା ତାହାର
ନାଇଁ ସମୟ ତାର
ଚାଲିଯାଇପାରେ ଚାକିରୀ
ଅବା ଜୀବନ ଛାର ।
ଡାଟା ଦେଇଦେଇ ବିଚରା
ପାଉନାହିଁ ସମୟ
ପଢେଇବ ପାଠ କିପରି
ତାର ନାହିଁ ଉପାୟ ।
ଧନ୍ୟ ଗୁରୁଦେବ ଧନ୍ୟ ହେ
ଧନ୍ୟ ତୁମ ମହିମା
ଟିଚିଙ୍ଗି ଲଣିଙ୍ଗି ଚୁଲିକୁ
ଯାଉ ଚିନ୍ତା କରନା ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର. ଉ. ପ୍ରା. ବିଦ୍ୟାଳୟ
0 Comments
You can write now your valuable comments here. Off-topic comments may be removed or deleted without prior notice.