
ଓଁ ନମଃ ଶିବାୟ, ନମଃ ଶିବାୟ, ନମଃ ଶିବାୟ
ନମଃ ଶିବ, ଶିବ , ଶିବ ଏହି ସଂସାର ମୟ
ଓଁ କାର ବିନ୍ଦୁ ସଂଯୁକ୍ତ ଓଁ କାରାୟ
ଓଁ ନମଃ ଶିବାୟ..।।
ହେ ଚନ୍ଦ୍ରାର୍କ, ବହ୍ନି ଶୋଭିତ ତ୍ରିଲୋଚନାୟ
ହେ ମୃତ୍ୟୁଞ୍ଜୟ, କୃତ୍ତିବାସ ମହା ରୁଦ୍ରାୟ
ଦାରିଦ୍ର୍ୟ ଦୁଃଖ ନାଶକ ତ୍ରୟମ୍ଵକାୟ
ଓଁ ନମଃ ଶିବାୟ…।।
ହେ ବୃଷଧ୍ଵଜ ହେ ବାସୁକି କଣ୍ଠ ଭୂଷଣାୟ
ହେ କର୍ପୂର, କୁନ୍ଦ ଧବଳ ଅଙ୍ଗ ରାଗାୟ
ଦାରିଦ୍ର୍ୟ ଦୁଃଖ ନାଶକ ତ୍ରୟମ୍ଵକାୟ
ଓଁ ନମଃ ଶିବାୟ…।।
ଜଜ୍ଞ ସ୍ଵରୂପ ହେ ଚନ୍ଦ୍ରମୈ।ଳି ଜଟାଧରାୟ
ହେ ଗୈାରୀ ବିଳାସ ଗଙ୍ଗାଧର ତମୋହରାୟ
ଦାରିଦ୍ର୍ୟ ଦୁଃଖ ନାଶକ ତ୍ରୟମ୍ଵକାୟ
ଓଁ ନମଃ ଶିବାୟ…।।
ହେ ପଞ୍ଚାନନ କାମମର୍ଦ୍ଦନ ମହେଶ୍ଵରାୟ
ହେ ବିଶ୍ବବନ୍ଦ୍ୟ ଦୀନବନ୍ଧୁ ହେ କରୁଣା ମୟ
ଦାରିଦ୍ର୍ୟ ଦୁଃଖ ନାଶକ ତ୍ରୟମ୍ଵକାୟ
ଓଁ ନମଃ ଶିବାୟ…।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.