ଏକ ମନୁଷ୍ୟର
ଚିତ୍ରଣ ତାହାର ବିଚାରକୁ ନେଇ ହୋଇଥାଏ । ତାହାର ଚିନ୍ତା ହିଁ ତା’ର ଗତିପଥ ତିଆରି କରିଥାଏ ଏବଂ ତଦ୍ୱାରା ସେ ଜୀବନର ପ୍ରତ୍ୟେକ ସ୍ଥିତି
ଏବଂ ପରିସ୍ଥିତିକୁ ସାମ୍ନା କରି ଆଗେଇଥାଏ। ମନୁଷ୍ୟର ଚରିତ୍ର ତାହାର ବିଚାର ସମୂହକୁ ନେଇ ହିଁ
ଗଠିତ ହୋଇଥାଏ। ଯେପରି ଏକ ବୃକ୍ଷ, ବିନା କୌଣସି
ବୀଜଦ୍ଵାରା ତାହାର ଉତ୍ପତ୍ତି ସମ୍ଭବପର ନୁହେଁ; ଠିକ ସେହିପରି ମନୁଷ୍ୟର
ପ୍ରତ୍ୟେକ କର୍ମ ତା’ ବିଚାରରେ
ଲୁଚିଥିବା ବୀଜରୁ ଜାତ ହୁଏ ଏବଂ ତାହା ବିନା ଅସମ୍ଭବ। ଏହା ସବୁଠି ସମ୍ଭବ, ଯେଉଁ କର୍ମକୁ ସମସ୍ତେ ସ୍ଵତଃପ୍ରବୃତ୍ତ ବା ସ୍ଵୟଂକ୍ରିୟ କୁହନ୍ତି
ଏବଂ ଯାହାସବୁ ନିଜେ କରିଥାନ୍ତି ।
କର୍ମ, ଚିନ୍ତାର ଫୁଲ ଏବଂ ହର୍ଷ
ସଦୃଶ। ଆଉ, ଦୁଃଖଭୋଗ ଏହାର ଫଳ ଅଟେ। ଏହିପରି
ମନୁଷ୍ୟ ନିଜ ଅନ୍ତର୍ନିହିତ ଚିନ୍ତା ମିଷ୍ଠ ଏବଂ ତିକ୍ତ ଫଳଗୁଡ଼ିକୁ ଏକତ୍ରିତ କରିବା ଦ୍ଵାରା
ହୋଇଥାଏ।
ମନୁଷ୍ୟ
ଯାହାକିଛି, ସବୁ ପ୍ରକୃତିର ନିୟମରୁ ହିଁ।
ତା’ର ପ୍ରତ୍ୟେକ
କର୍ମର ନିର୍ଦ୍ଧିଷ୍ଟ କାରଣ ଏବଂ ପ୍ରଭାବ, ଯାହା ସର୍ବଦା ଦୃଶ୍ୟ ହୋଇଥାଏ, କିନ୍ତୁ ଲୁଚି ରହିଥାଏ ନିଜ ବିଚାର ମଧ୍ୟେ। ଏଭଳି ପ୍ରତୀତ ହୁଏ, ମଣିଷର ବିଚାରସବୁ ଲୁକ୍କାୟିତ ଭଳି, କିନ୍ତୁ ବିଚାର ଏବଂ ଆତ୍ମା ବାସ୍ତବରେ କୌଣସି କାରଣ ବା କର୍ମରୁ
ଜାତ। ଏସବୁକୁ ଜଣେ ସ୍ଵଚ୍ଛ ହୃଦୟ ବ୍ୟକ୍ତି ହିଁ ଜାଣିପାରେ; ଏବଂ ଜଣେ ସାଧାରଣ ମଣିଷ ପକ୍ଷେ ଏହା ଦେଖିବା, ଜାଣିବା ସବୁ ଅସମ୍ଭବ ଅଟେ।
ଜଣେ ମହାନ
ଏବଂ ଈଶ୍ଵରୀୟ ବ୍ୟକ୍ତିତ୍ଵର ଗଠନ ବା ଜନ୍ମ ଆଶ୍ଚର୍ଯାନ୍ଵିତ ନୁହେଁ; ବରଂ ଏହା ତାହାର ନିରନ୍ତର ସତ୍ୟତାର ଚିନ୍ତନର ପ୍ରାକୃତିକ ପରିଣାମ
ଅଟେ। ଜଣେ ନିତ୍ୟ ଈଶ୍ଵରୀୟ ଚିନ୍ତନରତ ସତ୍ସଙ୍ଗ ମାଧ୍ୟମରେ ବି ସହଜରେ ସେହି ଈଶ୍ଵରଙ୍କ ପରିକଳ୍ପନା
ବା ଚିତ୍ରଣ କରିପାରିବ । ଯେଭଳି କୌଣସି ଏକ ବିକାରଗ୍ରସ୍ତ ବିଚାର ବା ଚିନ୍ତନରୁ ଏକ ଭୀରୁତା ଏବଂ
ବର୍ବରତାର ସୃଷ୍ଟି ହୋଇଥାଏ। ଏଣୁ ମନୁଷ୍ୟ ନିଜେ
ହିଁ ନିଜ ସଫଳ ଏବଂ ବିଫଳର କାରଣ ହୋଇଥାଏ। ବିଚାରର ସେହି ଶସ୍ତ୍ରାଗାରରେ ମନୁଷ୍ୟ ନିଜେ ହିଁ ନିଜ
ସଫଳତାର ଏବଂ ବିଫାଳତାର ଅସ୍ତ୍ର ନିର୍ମାଣ କରିଥାଏ। ଆଉ କିଛି ଏଭଳି ଅସ୍ତ୍ର ବି ନିର୍ମାଣ
କରିଥାଏ ଯାହାଦ୍ୱାରା ସେ ଶାନ୍ତି, ଶକ୍ତି ଏବଂ
ସ୍ଵର୍ଗୀୟ ସୁଖ ପ୍ରାପ୍ତି କରିଥାଏ।
ସଠିକ
ବିକଳ୍ପ ଏବଂ ବିଚାରରୁ ହିଁ ମନୁଷ୍ୟ ନିଜ ଦିବ୍ୟତା ପ୍ରାପ୍ତ କରିଥାଏ। ଆଉ, ବିଚାରର ଦୁରୂପୋଯୋଗ, ଭୁଲ ଚିନ୍ତନ ଏବଂ
କର୍ମ ଯୋଗୁଁ ସେ ପଶୁଠାରୁ ବି ହୀନ ହୋଇଯାଏ ।
ବିଶ୍ଵର
ଅସଂଖ୍ୟ ଆତ୍ମାର ସୁନ୍ଦର ସତ୍ୟତାର ଉଦାହରଣରେ ଏହି ବିଶ୍ଵବାସୀ ଅନୁଭବୀ ଏବଂ ସାକ୍ଷୀ ଅଛନ୍ତି। କିନ୍ତୁ, ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଚିରନ୍ତନ ସତ୍ୟ ଏହା ଯେ ମନୁଷ୍ୟ ନିଜେ
ହିଁ ନିଜ ବିଚାରର ଗୁରୁ ଏବଂ ନିଜ ଚରିତ୍ରର ଚିତ୍ରକର୍ତ୍ତା । ଶକ୍ତି, ବୁଦ୍ଧି, ଏବଂ ପ୍ରେମ; ଆଉ ନିଜ ବିଚାରର ସ୍ଵାମୀ ରୂପରେ ମନୁଷ୍ୟ ହାତରେ ସବୁକିଛିର
ଚାବିକାଠି ଅଛି। କିନ୍ତୁ ମନୁଷ୍ୟ ଆଜି ନିଜ କର୍ମର ଛତ୍ରଛାୟାରେ ଏଭଳି ହଜିଯାଇଛି ଯେ, ଖୋଜିପାରୁନି ସେ ନିଜର ଚାବିକାଠି; ଜାଣିପାରୁନି ନିଜର ଦକ୍ଷତା।
କେବଳ ଧୈର୍ଯ୍ୟ, ଅଭ୍ୟାସ ଏବଂ ନିରନ୍ତର
ଇଚ୍ଛାର ଆବଶ୍ୟକତା ପାଇଁ ହିଁ ମନୁଷ୍ୟ ଏକ ଜ୍ଞାନର ମନ୍ଦିରରେ ପ୍ରବେଶ କରିଥାଏ। ଯେପରି ନିରନ୍ତର
ଖନନ ଏବଂ ଖୋଜିବାଦ୍ଵାରା ହିଁ ହୀରା, ସୁନା, ରୂପା ଆଦିର ପ୍ରାପ୍ତି ହୋଇଥାଏ; ସେପରି ମନୁଷ୍ୟ ନିଜ ଆତ୍ମାର ଗଭୀରତାରେ ବାରମ୍ବାର ଖୋଦନ ଏବଂ
ଅନୁସନ୍ଧାନରେ ହିଁ ନିଜ ସତ୍ତାର ଅନେକ ସତ୍ୟତା
ପାଇବାରେ ସାମର୍ଥ୍ୟ ହୁଏ । ଏହା ସହ, ନିଜର ବିଚାରଶକ୍ତି ଦ୍ଵାରା
ନିଜକୁ ସଞ୍ଚାଳିତ କରିବା ଏବଂ ଶୁଦ୍ଧ ଆତ୍ମାର ପରିଚୟ ଦେଇ ନିଜର ପ୍ରତ୍ୟେକ କର୍ମକୁ ପରିମାର୍ଜିତ
କରିବା, ଅନ୍ୟ ଉପରେ ଏବଂ
ନିଜ ଜୀବନରେ ତଥା ପ୍ରତ୍ୟେକ ପରିସ୍ଥିତରେ ତାହାର ପ୍ରଭାବ ଆଦିକୁ ନିରୀକ୍ଷଣ କରି ଆଗେଇବା ଏହି
ଜନ୍ମର ସାର୍ଥକତା ଅଟେ।
0 Comments
You can write now your valuable comments here. Off-topic comments may be removed or deleted without prior notice.