
ଆସନ୍ତା ୨୫/୧୧/୨୦୧୮ ରବିବାର : ଭୁବନେଶ୍ୱର ସ୍ଥିତ କର୍ମଚାରୀ ଭବନ (ନ'ତାଲା ନିକଟ) ରେ ପୁଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ ତରଫରୁ ପୁସ୍ତକ ଉନ୍ମୋଚନ, କବିତା ପାଠ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କବି କବୟିତ୍ରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିବେ ଡକ୍ଟର କୁଞ୍ଜବିହାରୀ ମହାନ୍ତି ଏବଂ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର (ମୁଖ୍ୟ ଅତିଥି) ଏବଂ ଡକ୍ଟର କାଳିନ୍ଦୀ ଚରଣ ସାହୁ (ମୁଖ୍ୟ ବକ୍ତା) ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମଞ୍ଚ ସଂଯୋଜନା ଏବଂ ସମୀକ୍ଷକ ଭାବେ ବ୍ୟଙ୍ଗକବି ସମ୍ପଦ ରଥ ଓ ମାନସ ରଞ୍ଜନ ପଟ୍ଟନାୟକ କାର୍ଯ୍ୟ ନିର୍ବାହ କରିବେ ।
କବି ଦଶରଥ ହେମ୍ବ୍ରମଙ୍କ କବିତା ସଂକଳନ "ଅତୃପ୍ତ ଅଭିଳାଷ", କବି ପ୍ରାଶାନ୍ତ ବାହିନୀପତିଙ୍କ କବିତା ସଂକଳନ "ନିମନ୍ତ୍ରଣ ରହିଲା ଆସିବେ" ଏବଂ ମାନସ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରସ୍ତୁତ "ମାଟିର ମହକ" ସାହିତ୍ୟ ପତ୍ରିକାର ଉନ୍ମୋଚନ ଓ ଲୋକାର୍ପଣ ପର୍ବ ପାଳନ ହେବାର କାର୍ଯ୍ୟକ୍ରମ ରହିଛି । ଏହାଛଡା ଓଡିଶାର ଭିଭିନ୍ନ ପ୍ରାନ୍ତର ପ୍ରତିଭା ମାନଙ୍କ ମଧ୍ୟରେ ପତିତପାବନ ରାଉତ, କୁମୁଦିନୀ ମହାରଣା, ଲତିକା ସିଂ, ଲକ୍ଷ୍ମୀକାନ୍ତ ପାତ୍ର, ସୁଜ୍ଞାନ କହଁର, ସମ୍ପଦ ରଥ, ମାନସ ରଞ୍ଜନ ପଟ୍ଟନାୟକ, ରବୀନ୍ଦ୍ରନାଥ ଷଡଙ୍ଗୀ, ଚିତ୍ତରଞ୍ଜନ ବିଶ୍ଵାଳ, ସରିତାରାଣୀ ମହାନ୍ତି, ସୁରଜିତ କୁମାର ପାତ୍ର, ସିମାଞ୍ଚଳ ମହାରଣା, ପ୍ରଦୀପ କହଁର ଓ ବିଷ୍ଣୁ ପ୍ରସାଦ ମିଶ୍ର ଆଦି ସମ୍ବର୍ଦ୍ଧିତ ହେବାର କାର୍ଯ୍ୟକ୍ରମ ରହିଛି ।
ସକାଳ ୧୦ ଘଣ୍ଟା ସମୟରେ ଏହାର ପ୍ରଥମ ଅଧିବେଶନ ଆରମ୍ବ ହେବା ସହ ପୁସ୍ତକ ଉନ୍ମୋଚନ ପର୍ବ ଅନୁଷ୍ଠିତ ହେବ । ଏବଂ ମଧ୍ୟାନ୍ନ ବିରତ୍ତି ପରେ ଦ୍ଵିତୀୟ ଅଧିବେଶନରେ କବିତା ପାଠ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବ । ମଞ୍ଚ ପରିଚାଳନା କରିବେ କବୟିତ୍ରୀ ରୀତା ଅପରାଜିତା ମହାନ୍ତି ।

Reported By
Simanchal Rana, Kandhamal
Comments
Post a Comment